କେନାଲରେ ବୁଡ଼ି ଯୁବକ ମୃତ

ନୂଆପଡ଼ା: ନୂଆପଡ଼ା ଥାନା ଅନ୍ତର୍ଗତ ସାରାବଙ୍ଗ ଗାଁ କେନାଲରେ ବୁଧବାର ଏକ ଶବ ଭାସୁଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରୁ ଶବ ଉଦ୍ଧାର କରିଥିଲା। ଉକ୍ତ ଯୁବକ ଜଣକ ଛତିଗଶଡ଼ ରାଜ୍ୟ ବାଗବେହେରା ଥାନା ଅନ୍ତର୍ଗତ ବଖନା ଗାଁର ସୋମନାଥ ପୁଞ୍ଜିଆ(୩୮)ଙ୍କର ବୋଲି ପୁଲିସ ପ୍ରକାଶ କରିଛି। ମଙ୍ଗଳବାର ରାତିରେ ସୋମନାଥ ନିଜ ସମ୍ପର୍କୀୟଙ୍କ ଘର ଖଟବପଭେରାକୁ ସାଇକଲ ଯୋଗେ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିବା ପୁଲିସ ଅନୁମାନ କରୁଛି।

ସମ୍ବନ୍ଧିତ ଖବର