ଇଣ୍ଡିଆନ ଇଞ୍ଜିନିୟରିଙ୍ଗ ସର୍ଭିସ ପରୀକ୍ଷାରେ ନୂଆପଡ଼ା ଜିଲ୍ଲାର ଆକାଶଙ୍କୁ ୧୨ତମ ସ୍ଥାନ

ନୂଆପଡ଼ା: ଇଣ୍ଡିଆନ ଇଞ୍ଜିନିୟରିଙ୍ଗ ସର୍ଭିସ ପରୀକ୍ଷାରେ ନୂଆପଡ଼ା ଜିଲ୍ଲାର ଆକାଶ ଅଗ୍ରୱାଲ ସର୍ବଭାରତୀୟ ସ୍ତରରେ ୧୨ ନମ୍ବର ସ୍ଥାନ ରଖି ନୂଆପଡ଼ା ଜିଲ୍ଲା ତଥା ରାଜ୍ୟର ଗୌରବ ବଢାଇଛନ୍ତି। ଏହି ଅବସରରେ ଅକାଶଙ୍କୁ ନୂଆପଡ଼ା ସ୍ୱରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଆୟୋଜିତ ଏକ ସମାରୋହରେ ସ୍ୱାଗତ ସମର୍ଦ୍ଧନା ଦିଆଯାଇଛି।

ସ୍ୱରସ୍ୱତୀ ଶିଶୁମନ୍ଦିର ସଭାପତି ପ୍ରବୋଧ ହୋତାଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ସମାରୋହରେ ସ୍ୱରସ୍ୱତୀ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ କନ୍ଦର୍ପ ଦାଶ, ରାମେଶ୍ୱର ମୁଣ୍ଡ, ଲୋକନାଥ ରଥ, ଆକାଶ ଅଗ୍ରୱାଲ ବାପା ସୁରେଶ ଅଗ୍ରୱାଲ, ଉଜ୍ଜଳ ତିୱାରୀ, ଶିବାଜୀ ପଣ୍ଡା, ହେମନ୍ତ ଦଣ୍ଡସେନାଙ୍କ ସହ ବିଦ୍ୟାଳୟର ସମସ୍ତେ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର