ବଲାଙ୍ଗିର: ପ୍ରଥମେ ପ୍ରେମ ଓ ପରେ ଶାରୀରିକ ସମ୍ପର୍କ ରଖିବା ପରେ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କଲା ଯୁବକ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଦେଓଗାଁ ଫାଣ୍ଡି ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଛାତ୍ରୀ ଜଣକ କଲେଜ ୟୁନିଫର୍ମରେ ଥିବାର ଦେଖିବାକୁ ମିଳୁଛି, ତେଣୁ ଛାତ୍ରୀ ଜଣକ କଲେଜରୁ ଆସିବା ସମୟରେ ପ୍ରେମିକ ଏଭଳି କାଣ୍ଡ କରିଥିବା ଅନୁମାନ କରାଯାଉଛି।

ଏସମ୍ପର୍କରେ ଖବର ପ୍ରଘଟ ହେବା ପାଇବା ପରେ ବଲାଙ୍ଗିର ଏସ୍‌ପି ପି କେ.ଶିବା ସୁବ୍ରମଣି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟି ଥାନାରେ ଅଭିଯୋଗ କରିବା ପାଇଁ ବୁଝାସୁଝା କରିଛି। ପୀଡିତା ଓ ତାଙ୍କ ପରିବାର କିନ୍ତୁ ଲୋକଲଜ୍ଜ୍ୟ ଭୟରେ ଅଭିଯୋଗ କରିବା ପାଇଁ ପଛଘୁଞ୍ଚା ଦେଇଥିଲେ। ଅଭିଯୁକ୍ତ କିଏ ପୀଡିତାଙ୍କ ପରିବାର ଲୋକ ଜାଣିଛନ୍ତି। ସେମାନେ ଅଭିଯୋଗ ରୁଜୁ କଲା ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି କହିଛନ୍ତି।

ତେବେ ଏହି ଭିଡିଓ ଭଇରାଲ କରିଥିବା ଯୁବକ ପ୍ରଥମେ ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇଥିଲା। ପରେ ଶାରୀରିକ ସମ୍ପର୍କ ରଖି ତାହାର ଭିଡିଓ ପ୍ରସ୍ତୁତ କରିଥିଲା। ଏବେ ସେ ସେହି ଭିଡିଓକୁ ଭାଇରାଲ କରି ଦେଇଛି।

ସମ୍ବନ୍ଧିତ ଖବର