ଶାଢ଼ି, ବ୍ଲାଉଜ, ହାତରେ ଚୁଡି ଓ ମଥାରେ ସିନ୍ଦୂର ପିନ୍ଧିଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ବାଲେଶ୍ୱର: କର୍ଣ୍ଣାଟକର ବେଙ୍ଗାଲୁୁରୁରୁ ଜଣେ ଓଡ଼ିଆଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିଙ୍କ ନାମ ଉମାକାନ୍ତ ବେହେରା (୨୨) ତାଙ୍କ ଘର ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତପୁର ପଞ୍ଚାୟତର ବିରିପଡ଼ା ଗ୍ରାମରେ, ସେ କମଳାକାନ୍ତ ବେହେରାଙ୍କ ପୁଅ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବିରିପଡ଼ା ଗ୍ରାମର ଉମାକାନ୍ତ କିଛିଦିନ ତଳେ ବେଙ୍ଗାଲୁରୁର କେଙ୍ଗେରୀସ୍ଥିତ ଏକ କମ୍ପାନିରେ କାମ କରୁଥିଲେ। ଏବଂ ସେ କାମ କରୁଥିବା କମ୍ପାନିର ଏକ ରୁମ୍‌ରେ ରହୁଥିଲେ। ଏଠାରେ ରହୁଥିବା ଅନ୍ୟମାନେ ଆଜି ସକାଳେ କମ୍ପାନିକୁ କାମ କରିବାକୁ ବାହାରିବା ସମୟରେ ଉମାକାନ୍ତଙ୍କ ଝୁଲନ୍ତା ଶବକୁ ଦେଖିବାକୁ ପାଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟକଥା ହେଉଛି ଉମାକାନ୍ତ ହଲଦିଆ ରଙ୍ଗର ଶାଢ଼ି ଓ ନୀଳ ରଙ୍ଗର ବ୍ଲାଉଜ ପିନ୍ଧିଥିବା ବେଳେ ହାତରେ ଚୁଡି ଓ ମଥାରେ ସିନ୍ଦୁର ପିନ୍ଧିଥିବା ଦେଖିବାକୁ ମିଳିଥିଲା। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା। ପୁଲିସ ଘଟଣା ସମ୍ପର୍କରେ ଖବର ପାଇ ତଦନ୍ତ ଆରମ୍ଭ କରିଛି।

ପରିବାରଲୋକଙ୍କ କହିବାନୁସାରେ, ଉମାକାନ୍ତ ଗତକାଲି ରାତିରେ ତାଙ୍କ ସହ କଥା ବି ହୋଇଥିଲେ।

ସମ୍ବନ୍ଧିତ ଖବର