ଫୁଲବାଣୀ: ଜିତିବ ଭାରତ ଓ ହାରିବ କେରାନା। ଫୁଳବାଣୀରେ ଏ ନେଇ ଏକ ସଚେତନଧର୍ମୀ ଭିଡିଓ ଆଲବମ୍ ପ୍ରସ୍ତୁତ ହୋଇ ମୁକ୍ତିଲାଭ କରିଛି। ଶ୍ରୁତିମଧୁର ଗୀତ ସାଙ୍ଗକୁ କଳାକାରଙ୍କ ନିଖୁଣ ଅଭିନୟରେ ଭିଡିଓ ଆଲବମଟି ବେଶ ଆଦୃତ ହୋଇ ପାରିଛି। ରାଜେନ୍ଦ୍ର ବେହେରା ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଗୀତ ରଚନା କରିଛନ୍ତି ଜଣାଶୁଣା ଗୀତିକାର ଗୋପିନାଥ ରାଉତ। ଧୀରେନ କୁମାରଙ୍କ ପ୍ରଯୋଜନାରେ ପ୍ରସ୍ଚୁତ ଏହି ଭିଡିଓ ଆଲବମରେ କଣ୍ଠଦାନ କରିଛନ୍ତି କଣ୍ଠଶିଳ୍ପୀ ଅସିତ ନନ୍ଦ। ରଞ୍ଜନ, ରଞ୍ଜିତ, ଗୋପିନାଥ, ପ୍ରଜ୍ଞାନନ୍ଦ, ଅସିତ, ନିରଞ୍ଜନ, ସୁନିଲ, ସ୍ବର୍ଶିକା, ଦିବ୍ୟଶ୍ରୀ, ଅରୁଦ୍ଧତୀ ଏବଂ ଟିକିନା ପ୍ରମୁଖ ଏଥିରେ ଅଭିନୟ କରିଛନ୍ତି। କରୋନା ନେଇ ଲୋକଙ୍କୁ ସଚେତନ କରିବାରେ ପ୍ରସ୍ତୁତ ଏହି ଭିଡିଓ ଆଲବମଟି ବେଶ ସହାୟକ ହେବ ବୋଲି ଆଶା କରାଯାଉଛି।
ଜିତିବ ଭାରତ, ହାରିବ କରୋନା: ମୁକ୍ତିଲାଭ କଲା ସଚେତନଧର୍ମୀ ଆଲବମ୍
/sambad/media/post_attachments/wp-content/uploads/2020/05/plbmay23-albom-korena-awarness.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)