ଟ୍ରେନ ଆଗକୁ ଡେଇଁ ବୃଦ୍ଧାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ସାନପାଖଣା ପାଖ ବଡବଣ ରେଳଲାଇନ ପୋଲ ନିକଟରେ ଶନିବାର ଜଣେ ବୃଦ୍ଧା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୃଦ୍ଧାଙ୍କ ନାମ ଯମୁନା ଲୋହାର(୬୦) ଓ ଘର ସାନପାଖଣାଗ୍ରାମରେ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ, ବାଦାମପାହାଡରୁ ଟାଟା ନଗର ଅଭିମୁଖେ ଯାତ୍ରା କରୁଥିବା ଟ୍ରେନଟି ଆଜି ସାନପାଖଣା ନିକଟ ବଡବଣ ରେଳ ଲାଇନ ପୋଲ ଦେଇ ଯାଉଥିଲା ବେଳେ ଯମୁନା ଟ୍ରେନ ସମ୍ମୁଖକୁ ଡେଇଁ ପଡିଥିଲେ । ଫଳରେ ଦ୍ରୁତ ବେଗରେ ଯାଉଥିବା ଟ୍ରେନ ସହ ବାଡୋଇହୋଇ ସେ ରକ୍ତାତ ଅବସ୍ଥାରେ ତଳେ ପଡିଯାଇଥିଲେ । ପରେ ଟ୍ରେନ ରେଳ କର୍ମଚାରୀମାନେ ଯମୁନାକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍‌ସ ଯୋଗେ ବାରିପଦା ଡାକ୍ତରଖାନାରେ ଆଣି ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସ୍ଥାନୀୟଲୋକେ ମାନସିକ ଭାରସ୍ୟାମ ହରାଇ ମହିଳା ଜଣକ ଏପରି କାମ କରିଥାଇ ପାରନ୍ତି ବୋଲି କହୁଛନ୍ତି।

ସମ୍ବନ୍ଧିତ ଖବର