ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅଭାବରୁ ବୃଦ୍ଧଙ୍କର ମୃତ୍ୟୁ ଅଭିଯୋଗ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅଭାବରୁ ବୃଦ୍ଧଙ୍କର ମୃତ୍ୟୁ ଅଭିଯୋଗ । ବିନିକା ବ୍ଲକ ଚୌକାମାଳ ଗାଁର ଲଳିତ ବିଶ୍ୱାଳ (୬୫) ଗତକାଲି ବିଳମ୍ବିତ ରାତିରେ ଅସୁସ୍ଥ ହୋଇଥିବାରୁ ତାଙ୍କୁ ଅଧିକ ଚିକିତ୍ସା କରିବା ପାଇଁ ଆଜି ସକାଳୁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ଲଳିତଙ୍କୁ ଦୀର୍ଘ ଦିର୍ଘ ସମୟ ଧରି କୌଣସି ଡାକ୍ତର ଚିକିତ୍ସା କରି ନଥିଲେ । ଲଳିତଙ୍କୁ ଚିକିତ୍ସା କରିବା ପାଇଁ ତାଙ୍କପୁଅ ଡାକ୍ତରମାନଙ୍କୁ ଆକୁଳ ନିବେଦନ ମଧ୍ୟ କରିଥିବା କହିଛନ୍ତି । ଫଳରେ ଚିକିତ୍ସା ଅଭାବରୁ ତାଙ୍କର ମୃତ୍ୟୁ ହୋଇଥିବା ଲଳିତଙ୍କ ପୁଅ ବଳରାମ ବିଶ୍ବାଳ ଅଭିଯୋଗ କରିଛନ୍ତି ।

ହେଲେ ବାପାଙ୍କର ମୃତ୍ୟ ହୋଇଥିବା ଜାଣି ସେ ଦିର୍ଘ ସମୟଧରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଇଣ୍ଡୋର ଫାଟକକୁ ବନ୍ଦ କରିଦେଇଥିଲେ, ଯେଉଁଥି ପାଇଁ ଦିର୍ଘ ସମୟଧରି ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଖବରପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବିନିକା ପୁଲିସ ପହଂଚି ବୁଝାସୁଝା କରିବାରୁ ସେ ଫାଟକ ଖୋଲିଥିଲେ । ଏ ସମ୍ପର୍କରେ ବିନିକା ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ଫୋନ୍‌ ଯୋଗେ ପଚାରିବାରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ପୁର୍ବରୁ ତାର ରିସିଭ୍ ଡେଥ୍ ହୋଇଥିବା ସେ କହିଛନ୍ତି । ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର