ଜଗତସିଂହପୁର: ସାଇକେଲ ଆରୋହୀ ବୃଦ୍ଧଙ୍କୁ ଚାପିଦେଲା ଟ୍ରାକ୍କଟର, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଜଗତସିଂହପୁର: ସଦର ମହକୁମା ଠାରୁ ଆଳିପିଙ୍ଗଳ ଯିବା ରାସ୍ତାର ଅତାମଳା ଶଙ୍ଖପୋଲ ନିକଟରେ ମଙ୍ଗଳବାର ଟ୍ରାକ୍ଟର ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ସାଇକେଲ ଚଳାଇ ନିଜ ଲଣ୍ଡ୍ରି ଦୋକାନକୁ ରାସ୍ତାରେ ଯାଉଥିବା ବୃଦ୍ଧ ନୃସିଂହ ସେଠୀ ଙ୍କୁ ଦ୍ରୁତଗାମୀ ଟ୍ରକ୍‌ ଧକ୍କା ଦେଇଥିଲା। ଘଟଣାସ୍ଥଳରୁ ନୃସିଂହଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ନୃସିଂହଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। କଟକରେ ନୃସିଂହଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।

ଜଗତସିଂହପୁର ଟାଉନ ଥାନା ଅନ୍ତର୍ଗତ ଯଶବନ୍ତପୁର ଗ୍ରାମର ନୃସିଂହ ବଜାରରେ ଲଣ୍ଡ୍ରି ଦୋକାନ କରିଥିଲେ। ସେ ଦେକାନ ଖୋଲିବା ପାଇଁ ଆଜି ଅପରାହ୍ଣ ୪ଟା ୩୦ରେ ବଜାରକୁ ଯାଇଥିଲେ।

ନୃସିଂହଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକେ ଉତ୍ତେଜନା ସୃଷ୍ଟି କରିଛନ୍ତି। ଉତ୍ତେଜିତ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି। ଫଳରେ ଦୀର୍ଘ ସମୟ ଯାଏଁ ଯାତାୟତ ପ୍ରଭାବିତ ହୋଇଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି।

ସୂଚନାଯୋଗ୍ୟ ଆଜି ଯେଉଁ ରାସ୍ତାରେ ଦୁର୍ଘଟଣା ଘଟିଛି, ଏହାର ନିର୍ମାଣ କାମ ଦେଢ ବର୍ଷ ହେବ ଶେଷ ହେଉ ନାହିଁ। ପୂର୍ବରୁ ମଧ୍ୟ ଏହି ରାସ୍ତାରେ ଏକ ହାଇଓ୍ଵା ୨ ଜଣ ଝିଅଙ୍କର ଜୀବନ ନେଇଥିଲା।

ସମ୍ବନ୍ଧିତ ଖବର