ବ୍ରଜରାଜନଗରରେ ବେଆଇନ ପୋଷ୍ଟର: ବ୍ରାହ୍ମଣକୁ ଭିକ୍ଷା ଦିଅ, ଭୋଟ ନୁହେଁ

ଝାରସୁଗୁଡ଼ା: ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଶୁକ୍ରବାର ଗାନ୍ଧୀ ଛକ ସମତେ ବିଭିନ୍ନ ସ୍ଥାନରେ ବ୍ୟାପକ ବେଆଇନ ପୋଷ୍ଟର ଲାଗିଥିବା ଦେଖା ଯାଇଛି। ଏହି ପୋଷ୍ଟରରେ ‘ବ୍ରାହ୍ମଣକୁ ଭିକ୍ଷା ଦିଅ, ଭୋଟ ନୁହେଁ’ ବୋଲି ଲେଖା ଯାଇଛି। ପୋଷ୍ଟର ଗୁଡ଼ିକ ଓଡ଼ିଆ ସହିତ ହିନ୍ଦୀରେ ମଧ୍ୟ ଲେଖା ଯାଇଛି।

ବ୍ରଜରାଜନଗର ବିଧାନ ସଭା କ୍ଷେତ୍ରରେ ବିଜେଡ଼ିକୁ ଛାଡ଼ି ଦେଲେ ଅନ୍ୟ ପ୍ରମୁଖ ଦଳର ପ୍ରାର୍ଥୀ ବ୍ରାହ୍ମଣ ଅଟନ୍ତି। ସେହିଭଳି ଏହି ଆସନ ବରଗଡ଼ ଲୋକସଭା ଆସନ କ୍ଷେତ୍ରରେ ଆସୁଥିବାରୁ ବରଗଡ଼ ଲୋକସଭା ଆସନରେ ସବୁ ପ୍ରମୁଖ ଦଳରେ ବ୍ରାହ୍ମଣ ପ୍ରାର୍ଥୀ ରହିଛନ୍ତି। ତେଣୁ ଏଭଳି ବେଆଇନ ପୋଷ୍ଟର ର୍ନିଦ୍ଦିଷ୍ଟ ବିଧାନସଭା ପ୍ରାର୍ଥୀଙ୍କ ପ୍ରରୋଚନାରେ ହୋଇଥାଇ ପାରେ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏହି ପୋଷ୍ଟର ବ୍ରାହ୍ମଣ ମାନଙ୍କ ପ୍ରତି ଏକ ଅପମାନ ବୋଲି ଶତାଧିକ ପ୍ରତିକ୍ରିୟା ସୋସିଆଲ ମିଡ଼ିଆରେ ଆସିବା ଆରମ୍ଭ କରିଛି। ଏହି ନିର୍ବାଚନ ମଣ୍ଡଳୀରେ ଗୁରୁବାର ବିଜେଡ଼ି ପୋଷ୍ଟରରେ ପ୍ରାର୍ଥୀ କିଶୋର ମହାନ୍ତିଙ୍କ ମୁହଁରେ କାଳି ବୋଳିବା ପରେ ଆଜି ବ୍ରାହ୍ମଣଙ୍କ ନାମରେ ଏଭଳି ପୋଷ୍ଟର ସାଧାରଣରେ ଉଦ୍‌ବେଗ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର