ଡାବୁଗାଁ: ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ ବେଗି ଗାଁ ସଂରକ୍ଷିତ ଜଙ୍ଗଲରେ ଏକ ଏକର ପରିମିତ ଜାଗାରେ ବେଆଇନ ଭାବରେ ଜଙ୍ଗଲ କାଟି ହଳ କରୁଥିବା ସମୟରେ ବନ ବିଭାଗ କର୍ମଚାରୀମାନେ ଜଣେ ବ୍ୟକ୍ତିକୁ ଗିରଫ କରିଛନ୍ତି। ଗିରଫ ବ୍ୟକ୍ତି ଜଣକ ବଡ଼ ଭେଜା ଗ୍ରାମର ଇନ୍ଦ୍ର ଭତରା (୪୮)।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ ଆଜି ଡାବୁଗାଁ ବନାଞ୍ଚଳ ଜଟାବାଲ ସେକ୍ସନ ଅନ୍ତର୍ଗତ ବେଗିଗାଁ ସଂରକ୍ଷିତ ଜଙ୍ଗଲରେ ବଡ଼ ଭେଜା ଗ୍ରାମର ଇନ୍ଦ୍ର ଭତରା ବେଆଇନ ଭାବେ ଏକ ଏକର ପରିମିତ ଜାଗାରେ ଜଙ୍ଗଲ କାଟି ହଳ ଲଙ୍ଗଳ ବୁଲାଉଥିଲା। ଏ ନେଇ ବଡ଼ ଭେଜା ଜଙ୍ଗଲ ସୁରକ୍ଷା ସମିତି ଜଟା ବାଲ ବନପାଳ ରାମଚନ୍ଦ୍ର ଜାନୀଙ୍କୁ ଖବର ଦେଇଥିଲେ। ଜଟାବାଲ ବନପାଳ ତୁରନ୍ତ ବେଗିଗାଁ ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରିବା ସମୟରେ ଦେଖିବାକୁ ପାଇଲେ ଇନ୍ଦ୍ର ଭତରା ବେଆଇନ ଭାବେ ଜଙ୍ଗଲ କାଟି ହଳ କରୁଛି। ତାକୁ ବେଆଇନ ଜଙ୍ଗଲ କାଟିବା ସହ ଜଙ୍ଗଲ ଦଖଲ ଅଭିଯୋଗରେ ଜଟାବାଲ ବନପାଳ ରାମଚନ୍ଦ୍ର ଜାନି ଗିରଫ କର ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି। ଚଢାଉରେ ବନରକ୍ଷୀ ସୁଶାନ୍ତ ସିଂ, ଭଗବାନ ଭତରା, ପାରା କର୍ମଚାରୀ ମୋତିରାମ ଭତରା ଓ ଶେଖ୍ ମାର୍ଟିନ ପ୍ରମୁଖ ସାମିଲ ଥିଲେ।