ସଂରକ୍ଷିତ ଜଙ୍ଗଲରେ ବେଆଇନ ଗଛ କାଟି ଜଣେ ଗିରଫ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ କୋଇଲାରି ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରି ବେଆଇନ ଭାବେ ଶାଳ ଗଛ କାଟିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ଡାବୁଗାଁ ବନ ବିଭାଗ କର୍ମଚାରୀ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ଜଣକ ସାନ କୋଇଲାରି ଗ୍ରାମର ନୀଳାମ୍ବର ପନକା (୫୦)।

ସୂଚନା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟା ୬ଟାରେ ଡାବୁଗାଁ ବାନାଞ୍ଚଳ ଅନ୍ତର୍ଗତ କୋଇଲାରି ସଂରକ୍ଷିତ ଜଙ୍ଗଲରେ ସାନ କୋଇଲାରି ଗ୍ରାମର ନୀଳାମ୍ବର ପନକା ଅବାଧରେ ପ୍ରବେଶ କରି ବେଆଇନ ଭାବେ ଏକ ବିରାଟ ଶାଳ ଗଛ କାଟି ତାକୁ ୪ ଖଣ୍ଡ କରିଥିଲା। ଏହି ସମୟରେ ଜଙ୍ଗଲ ମଧ୍ୟରେ ପେଟ୍ରୋଲିଂ କରୁଥିବା ବନରକ୍ଷୀ ମନୋରଞନ ନାୟକ ଓ ପ୍ରକାଶ ସରକାର ଦେଖି ତାକୁ ଗିରଫ କରିଥିଲେ। ବନ ବିଭାଗର କର୍ମଚାରୀମାନେ ଅଭିଯୁକ୍ତ ନିକଟରୁ ଗୋଟିଏ ଟାଙ୍ଗିଆ ଓ ଗୋଟିଏ ବାର୍ସି ଜବତ କରିଥିଲେ। ଆଜି ଅଭିଯୁକ୍ତ ନିଲାମ୍ବରକୁ ବନ ବିଭାଗ ତରଫରୁ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର