ବାଲେଶ୍ୱରରେ ନାବାଳିକା ଦୁଷ୍କର୍ମକାରୀକୁ ୧୫ ବର୍ଷ ଜେଲ ଦଣ୍ଡ, ୨୫ ହଜାର ଟଙ୍କା ଜରିମାନା

ବାଲେଶ୍ୱର: ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଦୁଷ୍କର୍ମକାରୀ ବୁଦ୍ଧିଆ ସିଂକୁ ୧୫ ବର୍ଷ ଜେଲ ଦଣ୍ଡ ହୋଇଛି। ଏଥି ସହିତ ଦୁଷ୍କର୍ମକାରୀକୁ ୧୫ ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି ବାଲେଶ୍ୱର ଜିଲ୍ଲା ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ଜଜ ଗିରିଜା ମହାପାତ୍ର। ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ସାକ୍ଷ୍ୟମାନଙ୍କ ବୟାନକୁ ପ୍ରମାଣିତ କରି ଦୁଷ୍କର୍ମକାରୀକୁ ଦଣ୍ଡ ଶୁଣାଇଛନ୍ତି।

ବିବରଣୀ ଅନୁଯାୟୀ, ବାଲେଶ୍ୱର ସଦର ଥାନା ଅଞ୍ଚଳରେ ୨୦୧୮ ଡିସେମ୍ବର ୨ ତାରିଖରେ ବୁଦ୍ଧିଆ ସିଂ(୩୦) ନାମରେ ଜଣେ ଯୁବକ ନିଜ ଗାଁର ନାବାଳିକାକୁ ଦୁଷ୍କର୍ମ କରିଥିଲା। ଘଟଣା ଦିନ ପରିବାର ଲୋକେ ଘରେ ନ ଥିଲେ। ପରିବାର ଲୋକେ ବିଲକୁ କାମ କରିବାକୁ ଯାଇଥିବାର ସୁଯୋଗ ନେଇ ବୁଦ୍ଧିଆ ସିଂ ନାବାଳିକାର ଘରକୁ ପଶିଥିଲା।

ଘର ଭିତରେ ପଶି ଦୁଷ୍କର୍ମ କରୁଥିବା ବେଳେ ପଡ଼ୋଶୀ ଲୋକେ ଏବାବଦରେ ଜାଣିପାରିଥିଲେ। ସେମାନେ ନାବାଳିକାର ପରିବାର ଲୋକଙ୍କୁ ଘଟଣା ସଂପର୍କରେ ଖବର ଦେଇଥିଲେ। ଏହା ପରେ ନାବାଳିକାର ବଡ଼ ଭଉଣୀ ଘରକୁ ଆସିବା ବେଳକୁ ଦୁଷ୍କର୍ମକାରୀ ବୁଦ୍ଧିଆ ସିଂ ଘର ପଛ ପଟରୁ ଦୌଡ଼ି ପଳାଇଥିଲା। ପରିବାର ଲୋକଙ୍କ ପକ୍ଷରୁ ପରେ ଥାନାରେ ଅଭିଯୋଗ କରାଯିବା ପରେ ଅଭିଯୁକ୍ତ ଗିରଫ ହୋଇଥିଲା।

ସମ୍ବନ୍ଧିତ ଖବର