ରାୟଗଡ଼ା: କରୋନା ଭାଇରସ ନେଇ ଫେସ୍ବୁକ୍ରେ ମିଛ ଖବର ପୋଷ୍ଟ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଫେସ୍ବୁକ୍ରେ ମିଛ ଖବର ପୋଷ୍ଟ କରିବା ଅଭିଯୋଗରେ ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତଙ୍କ ନାମ ସତ୍ୟନାରାୟଣ ସାମଲ ଓରଫ ଦୀପୁ (୩୨)। ରାୟଗଡ଼ା ଜିଲ୍ଲା ଅମ୍ବାଦଲାରେ ରହୁଥିବା ଦୀପୁ ହେଉଛି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ନୂଆସାହି ନିବାସୀ ପ୍ରଫୁଲ୍ଲ କୁମାର ସମାଲଙ୍କ ପୁଅ।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁସାରେ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଫେସ୍ବୁକ୍ରେ ଭାଇରାଲ କରିଥିବା ବ୍ୟକ୍ତିଙ୍କ ପରିଚୟ ଖୋଜିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପୁଲିସ ପୁଲିସ ଅଭିଯୁକ୍ତର ପରିଚୟ ପାଇଥିଲା। ଏହି ଆଧାରରେ ରାୟଗଡ଼ାରେ କରୋନା ଭାଇରସ ବ୍ୟାପିବା ନେଇ ଫେସବୁକ୍ରେ ମିଛ ଖବର ପ୍ରସାର ହେବା ପରେ ମୁନିଗୁଡ଼ା ପୁଲିସ ଆଜି ଏକ ମାମଲା ରୁଜୁ କରିଥିଲା।
ଅଭିଯୁକ୍ତ ଦୀପୁ ନିଜ ଫେସ୍ବୁକ୍ ଆକାଉଣ୍ଟରେ ଲେଖିଥିଲା ଯେ, ରାୟଗଡ଼ାରେ କରୋନା ଭାଇରସ ବ୍ୟାପିଛି। କେରଳରୁ ଆସିଥିବା ବ୍ୟକ୍ତି ଜଣକ କରୋନା ରୋଗରେ ସଂକ୍ରମିତ ହୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ। ତଦନ୍ତ ପରେ ଜଣାପଡ଼ିଲା ଯେ, ଦୀପୁ ଦ୍ୱାରା ମିଛ ଖବର ଫେସ୍ବୁକ୍ରେ ପୋଷ୍ଟ ହୋଇଛି। ଏହା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।