ଯାଜପୁର: ୨ଟି ପୃଥକ ଦୁର୍ଘଟଣାରେ ୧ ମୃତ, ୮ ଆହତ

ଯାଜପୁର/ ବିଞ୍ଝାରପୁର/ରଗଡ଼ି: ଆଜି ସକାଳେ ଯାଜପୁରରେ ଦୁଇଟି ପୃଥକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୮ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛିି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ବିଞ୍ଝାରପୁର ଥାନା ଅନ୍ତର୍ଗତ ମାସଡ଼ା- ମଧୁପୁର ରାସ୍ତାରେ ସ୍କୁଟିରେ ଯାଉଥିବା ଉତ୍ତରକୁଳ ଗ୍ରାମର ନୀଳାଞ୍ଚଳ ନାୟକଙ୍କୁ ଏକ ପିକ୍‌ଅପ୍‌ ଭ୍ୟାନ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ସେହିପରି ଏହି ପିକ୍‌ଅଫ୍‌ ଭ୍ୟାନ ସେଠାରେ ୨ ଜଣ ସାଇକେଲ ଆରୋହୀଙ୍କୁ ଧକ୍କା ଦେବାରୁ ସେମାନେ ଗୁରୁତର ଭାବେ ଆହତ ହୋଇଛନ୍ତି।


ସେହିପରି ଆଜି ସକାଳେ ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ବନ୍ଦିଛକ ନିକଟରେ ଏକ ବସ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ରୁ ଊର୍ଧ୍ୱ ବସ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର