ବଲେରୋ-ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ

ନବରଙ୍ଗପୁର: ଉମରକୋଟ ଥାନା ଅନ୍ତର୍ଗତ ଥୋଡ଼ରା ଠାରେ ବାଇକ୍‌ ଓ ବଲେରୋ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଲୋକଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଉମରକୋଟ ଆଡୁ ବଲେରୋ (ଓଡି ୧୦ ଆଇସି ୧୮୨୮) ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବାଇକ୍‌କୁ ଧକ୍କା ଦେଇଥିଲା। ମୃତକଙ୍କ ପରିଚୟ ମିଳି ନାହିଁ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିଛି।

ସମ୍ବନ୍ଧିତ ଖବର