ବିଦ୍ୟୁତ ଆଘାତରେ ଜଣେ ମୃତ

ନନ୍ଦପୁର (କୋରାପୁଟ): ବିଦ୍ୟୁତ ଆଘାତରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଏକାଧିକ ଶ୍ରମିକ ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ଲକ୍ଷ୍ମଣ ଖରା (୩୦।

ମିଳିଥିବା ସୂଚନା ଅନୁସାରେ, ସୁନାବେଡା ଥାନା କୁମ୍ଭାରଗୁଡା ଗ୍ରାମର ଲକ୍ଷ୍ମଣ ଖରା ଓ ଆଉ କିଛି ଶ୍ରମିକ ମିଶି ଲମତାପୁଟ ବ୍ଲକ ତିଆଁକଣ୍ଟା ପଞ୍ଚାୟତର ଦାସପୁଟ ଗ୍ରାମରେ ବିଦ୍ୟୁତ ବିଭାଗର କାମ କରୁଥିଲେ। ସେମାନେ ଏକ ବିଦ୍ୟୁତ ଖୁଣ୍ଟ ପୋତିବା ସମୟରେ ଉପରେ ଯାଇଥିବା ବିଦ୍ୟୁତ ତାରରେ ଏହା ଲାଗି ଯାଇଥିଲା। ଫଳରେ ଶ୍ରମିକମାନଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ଦୁର୍ଯ୍ୟ ଖରା ଓ ସନ୍ତୋଷ କୁମାରଙ୍କ ସମେତ ଆଉ କିଛି ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର