ପଟ୍ଟାମୁଣ୍ଡାଇ: ହାଜତ୍ ମୃତ୍ୟୁକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନାରେ ବୁଧବାର ରାତି ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ଦେଇଥିବା ସୂଚନା ଅନୁସାରେ ଚୋରା ମଦ ବିକ୍ରି ନେଇ ପୁଲିସ ହରଡ଼ପଲି ଗାଁର ସୁଶାନ୍ତ ବେହେରା (୪୦)ଙ୍କୁ ଆଜି ଅପରାହ୍ଣ ୩ଟାରେ ଥାନାକୁ ଆଣିଥିଲା। ଥାନାକୁ ଆସିବା ପରେ ସୁଶାନ୍ତ ଚେତାଶୂନ୍ୟ ହୋଇଯାଇଥିଲା। ଏହା ପରେ ପୁଲିସ ସୁଶାନ୍ତକୁ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ମାତ୍ର ଏଠାରେ ସ୍ୱାସ୍ଥ୍ୟାରେ କୌଣସି ପରିବର୍ତ୍ତନ ନ ଆସିବାରୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏସ୍ସିବିରେ ଚିକିତ୍ସାଧୀନ ଅବସ୍ଥାରେ ସୁଶାନ୍ତର ମୃତ୍ୟୁ ଘଟିଥିଲା। ସୁଶାନ୍ତଙ୍କର ମୃତ୍ୟୁ ଖବର ଶୁଣିବା ପରେ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ। ପରିବାର ଲୋକଙ୍କର ଅଭିଯୋଗ ଅନୁସାରେ ପୁଲିସ ସୁଶାନ୍ତଙ୍କୁ ପିଟିପିଟି ମାରି ଦେଇଛି। ସେମାନେ ରାଗରେ ଗାଁ ଲୋକଙ୍କୁ ନେଇ ଥାନାରେ ଉତ୍ତେଜନା ପ୍ରକାଶ କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ମୃତଦେହ କଟକରେ ଅଛି। ଉତ୍ତେଜିତ ଲୋକଙ୍କୁ ପୁଲିସ ବୁଝାସୁଝା କରୁଛି।