ଭଞ୍ଜନଗର: ଭଞ୍ଜନଗର ଥାନା ଅନ୍ତର୍ଗତ ଡୁମାକୁମ୍ପା ଗ୍ରାମରେ ଶନିବାର ବଜ୍ରାଘାତରେ ଜଣେ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଏଥିରେ ଡୁମାକୁମ୍ପା ଗ୍ରାମର ଦୁରୁଜ ଗେଡଙ୍କ ପୁଅ ଅମୂଲ୍ୟ ଗେଡ (୨୮) ମୃତ୍ୟୁ ହୋଇଥିବା ବେଳେ ସେହି ଗ୍ରାମର ଝୁରିଆ ଗେଡ (୫୭) ଗୁରୁତର ହୋଇଛନ୍ତି। ଝୁରିଆ ଗେଡଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅମୂଲ୍ୟର ମୃତଦେହକୁ ପୁଲିସ ଜବତ କରିଥିବା ବେଳେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ପରେ ଶବବ୍ୟବଚ୍ଛେଦ କରାଯାଇଛି।
ସୂଚନା ଅନୁଯାୟୀ, ଅମୂଲ୍ୟ ଓ ଝୁରିଆ ଛେଳି ଚରାଇବା ପାଇଁ ଗାଁ ମୁଣ୍ଡକୁ ଯାଇଥିଲେ। ଆଜି ଅପରାହ୍ନରେ ହୋଇଥିବା ବଜ୍ରାଘାତରେ ଅମୂଲ୍ୟ ଓ ଝୁରିଆ ଗୁରୁତର ହୋଇ ପଡିଥିଲେ। ସ୍ଥାନୟ ଲୋକେ ଅମୂଲ୍ୟକୁ ଭଞ୍ଜନଗର ଚିକିତ୍ସାଳୟକୁ ପ୍ରଥମେ ଆଣିଥିଲେ। ସେଠାରେ ଡାକ୍ତର ଅମୂଲ୍ୟକୁ ମୃତ ଘୋଷଣା କରିଥିଲେ। ଏହାପରେ ଝୁରିଆକୁ ମେଡିକାଲ ଆଣିଥିବା ବେଳେ ଭଞ୍ଜନଗରରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଝୁରିଆର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/AdobeStock_85335511-890x395.jpeg)