ଅନୁଗୁଳ: ଜମିରେ କାମ କରୁଥିଲେ ଚାଷୀ, ଅଂଶୁଘାତରେ ମୃତ୍ୟୁ

ଅନୁଗୁଳ: ଜମିରେ ପୁଆଳ ଲଟଉଥିବା ବେଳେ ମଙ୍ଗଳବାର ଜଣେ ଚାଷୀଙ୍କର ଅଂଶୁଘାତ ଯୋଗୁଁ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଲକ ଅନ୍ତର୍ଗତ ମହୀଧରପୁର ଗ୍ରାମର ଛକୁନି ନାୟକ ଆଜି ନିଜ ଜମିରେ କାମ କରୁଥିବା ବେଳେ ହଠାତ ତଳେ ପଡ଼ି ଯାଇଥିଲେ। ଅପରାହ୍ଣ ୧୨ଟା ସମୟ ହୋଇଥିବାରୁ ସେ ଚେତାଶୂନ୍ୟ ହୋଇଯାଇଥିଲେ। ଏହା ପରେ ପରିବାର ଲୋକେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ। ହସ୍ପିଟାଲରେ ପହଂଚିବା ପରେ ଛକୁନିଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ପରେ ପୋଷ୍ଟମର୍ଟମ ରିପୋର୍ଟରେ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି।

ସୂଚନାଯୋଗ୍ୟ ଚଳିତ ବର୍ଷ ଗ୍ରୀଷ୍ମଋତୁ ଆରମ୍ଭ ହୋଇଯାଇଥିବା ସମ୍ଭବତଃ ଏହା ହେଉଛି ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ। ରାଜ୍ୟରେ ଏପ୍ରିଲ ଦ୍ୱିତୀୟ ସପ୍ତାହରୁ ସୂର୍ଯ୍ୟର ପ୍ରକୋପ ଅସମ୍ଭାଳ ହୋଇପଡ଼ିଛି। ରାଜ୍ୟର ଅଧିକାଂଶ ସହରରେ ପାରା ୪୦ ଡିଗ୍ରି ଅତିକ୍ରମ କରି ସାରିଛି।

ସମ୍ବନ୍ଧିତ ଖବର