ପାରାଦୀପ:ଡକାୟତି ଉଦ୍ୟମ ବେଳେ ଗୁଳିମାଡ଼,ଜଣେ ମୃତ, ୨ ଗୁରୁତର

ପାରାଦୀପ: ଗତକାଲି ରାତିରେ ଘରେ ପଶି ଡକାୟତି ଉଦ୍ୟମ କରୁଥିବା ବେଳେ ବିରୋଧ କରିବାରୁ ଡକାୟତଙ୍କ ଗୁଳିମାଡ଼ରେ ପରିବାର ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପାରାଦୀପର ମଣିଜଙ୍ଗା- ନୂଆପୋଖରି ରାସ୍ତାର ସିନ୍ଧିଗଦି ଗ୍ରାମରେ ଅନ୍ତର୍ଯ୍ୟାମୀ ଖୁଣ୍ଟିଆଙ୍କ ଘରେ ଗତକାଲି ରାତିରେ ଡକାୟତି ଉଦ୍ଦେଶ୍ୟରେ କେତେକ ଦୁର୍ବୃତ୍ତ ପଶିଥିଲେ। ଏହାକୁ ଅନ୍ତର୍ଯ୍ୟାମୀଙ୍କ ସହିତ ତାଙ୍କ ପରିବାର ଲୋକେ ବିରୋଧ କରିଥିଲେ। ଫଳରେ ଡକାୟତଙ୍କ ଗୁଳିମାଡ଼ରେ ଅନ୍ତର୍ଯ୍ୟାମୀଙ୍କ ସହିତ ଅନ୍ୟ ଦୁଇଜଣ ଆହତ ହୋଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନା ଅଣାଯାଉଥିବା ବେଳେ ବାଟରେ ଅନ୍ତର୍ଯ୍ୟାମୀଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିିଛି।

ସମ୍ବନ୍ଧିତ ଖବର