ଭାରସାମ୍ୟ ହରାଇ ଓଲଟିଲା କାର, ଜଣେ ମୃତ, ୬ ଗୁରୁତର

ପୁରୀ: ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ସାତଶଙ୍ଖ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ କାର ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୨ଟା ସମୟରେ ଅନୁଗୁଳ ଜିଲ୍ଲା ତାଳଚେର ଓ ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳର କୋତକ ଇଲେକ୍ଟ୍ରିସିଆନ କାମ କରିବା ପାଇଁ ଏକ କାରେ ଯାଗେ ପୁରୀ ଆସୁଥିଲେ। ତେବେ ଏହି ସମୟରେ ଡ୍ରାଇଭରଙ୍କୁ ନିଦ ଲାଗି ଯିବାର ସେ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଗାଡ଼ିଟି ସାତଶଙ୍ଖ ନିକଟରେ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଫଳରେ ଗାଡ଼ିରେ ଥିବା ଯୁବକମାନଙ୍କ ମଧ୍ୟରୁ ପରଜଙ୍ଗ ଅଞ୍ଚଳର ଶୁଭେନ୍ଦୁ ଖିଲାର(୨୫ ବର୍ଷ)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଚଜଗନ୍ନାଥ ସାହୁ, କୃପାସିନ୍ଧୁୁ ଦାସ, କାଳିଆ ସାହୁ, ଲିପୁ କହଁର, ତନ୍ମୟ ସିଂହ ଓ ମିଟୁ ନାମକ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରି ପୁଲିସ ପୁରୀ ଜିଲ୍ଲା ସଦର ଡାକ୍ତରଖାନାରେ ଭର୍ତ୍ତି କରିଛି।

ସମ୍ବନ୍ଧିତ ଖବର