ଭୁବନେଶ୍ୱର/ଯାଜପୁର: ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂପୃକ୍ତ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଘର ଯାଜପୁର ଜିଲ୍ଲା ବୋଲି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ଟୁଇଟ କରିଛି । ନୂତନ ଭାବେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ହେଉଛନ୍ତି ଜଣେ ୩୫ ବର୍ଷୀୟ ଯୁବତୀ । ସେ ଯାଜପୁର ଜିଲ୍ଲାର ବାସୁଦେବପୁର ଅଞ୍ଚଳର କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୯ରେ ପହଞ୍ଚିଛି । ସେଥିରୁ ୫୫ ଜଣ ସୁସ୍ଥ ହୋଇଥିବା ବେଳେ ୯୩ ଜଣ ସକ୍ରିୟ ଆକ୍ରାନ୍ତଙ୍କ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । କରୋନା ଭୂତାଣୁ ଯୋଗୁଁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।
5th Health Update, 1st May, 2020
One New Positive Case in Jajpur
35 yr Female, Basudevpur(Contact case in containment zone)
Contact tracing and follow-up action is being done.
Total Positive Case: 149
— I & PR Department, Odisha (@IPR_Odisha) May 1, 2020
ସେହିପରି ଯାଜପୁର ଜିଲ୍ଲାରେ ଏପର୍ଯ୍ୟନ୍ତ ୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଜଣେ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଏବେ ୩୮ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ଯାଜପୁର ସଦର ବ୍ଲକରେ ମୋଟ ୯ ଜଣ କେରାନା ଆକ୍ରାନ୍ତଙ୍କ ମଧ୍ୟରୁ ବାସୁଦେବପୁରରେ ଗତ ୫ ତାରିଖରେ ୨ ଜଣ ୨୩ ତାରିଖରେ ୩ ଜଣ ଚିହ୍ନଟ ହୋଇଥିଲେ । ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ଏଠାରେ ୬ ଜଣ କରୋନ ଆକ୍ରାନ୍ତ ସଂଖ୍ୟା ହୋଇଛିି ।
ଦଶରଥପୁର ବ୍ଲକରେ ୨୮ ଜଣ କରୋନା ଆକ୍ରାନ୍ତ (କଟିକଟା ଗାଁର ୨୧, ବିରାଜାପୁରରୁ ୪ ଜଣ, ଅକରପଡ଼ାରୁ ଜଣେ, ମହାନ୍ତିପାଟଣାରୁ ଜଣେ, ଜାଲପୁରରୁ ଜଣେ ) ଚିହ୍ନଟ ହୋଇଛନ୍ତି । ସେହିପରି କୋରେଇ ବ୍ଲକର ମକୁନ୍ଦପୁରରୁ ଜଣେ ଓ ରସୁଲପୁର ବ୍ଲକର ବ୍ରହ୍ମବରାଦରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧା ଜିଲ୍ଲା ପରେ ଏବେ ଯାଜପୁର ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟା ଅଧିକ । ଏହି ଜିଲ୍ଲାର କଣ୍ଟେନମେଣ୍ଟ ଜୋନ ଅଧିନରେ ଅଛି ୨୮ଟି ଗାଁ । ଆଜି ରାପିଡ ଆକ୍ସନ ଟିମ ଯାଜପୁରରେ ପହଞ୍ଚିଛନ୍ତି ।
ଦଶରଥପୁର ବ୍ଲକରୁ ୨୮ ଜଣ: ବିରଜାପୁର ପଂଚାୟତରୁ ୪ (ବିରାଜପୁର ଗାଁରୁ ୨ ଜଣ ଓ କୋଦେଇବାଟି ଗାଁରୁ ୨ ଜଣ), ଅକରପଡ଼ା ପଂଚାୟତରୁ ଜଣେ ବ୍ୟକ୍ତି ହେଉଛନ୍ତି ଅକରପଡ଼ା ଗାଁର, କଟିକଟା ପଞ୍ଚାୟତରୁ ୨୧ (ସମସ୍ତେ କଟିକଟା ଗାଁର), ଡାହାଣୀଅଟା ପଞ୍ଚାୟତରୁ ଜଣେ (ଦେଓପଦା), ମଲିକାପୁର ପଞ୍ଚାୟତରୁ ଜଣେ (ମହାନ୍ତିପାଟଣା)
ଯାଜପୁର ବ୍ଲକରୁ ୯ଜଣ: ବାସୁଦେବପୁର ପଂଚାୟତରୁ ୬ ଜଣ(ବାସୁଦେବପୁରରୁ ୫ ଜଣ ଓ ଜାଲପୁର ଗାଁରୁ ଜଣେ), ପଣସା ପଞ୍ଚାୟତରୁ ୨ଜଣ (ବେହେରା ପାଟଣାରୁ ୨ ଜଣ), ଜାଫରପୁର ପଞ୍ଚାୟତ (ସାନତ୍ରିଲୋଚନପୁର ଜଣେ)
କୋରେଇ ବ୍ଲକରୁ ଜଣେ: (ମକୁନ୍ଦପୁର) ଓ ରସୁଲପୁର ବ୍ଲକରୁ ଜଣେ: (ବ୍ରହ୍ମବରଦା)