ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ୫ରୁ ୭ଟଙ୍କାରେ ବାହାର ରାଜ୍ୟକୁ ପିଆଜ ବିକ୍ରି କରୁଛନ୍ତି ବ୍ୟବସାୟୀ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ବକ୍ଲରେ ପିଆଜର ଅଭାବୀ ବିକ୍ରି ପରସ୍ଥିତି ଦେଖା ଦେଇଛି । ଟିଟିଲାଗଡ଼ ବ୍ଲକରେ ବଙ୍ଗୋମୁଣ୍ଡା, ମୁରିବାହାଲ, ତୁରେକେଲା ଅଞ୍ଚଳରେ ଅଧିକ ମାତ୍ରାରେ ପିଆଜ ଚାଷ ହୋଇଥାଏ । ପିଆଜ ସଂରକ୍ଷଣ କରି ରଖିବା ପାଇଁ କୌଣସି ସୁବିଧା ନଥିବାରୁ ବ୍ୟବସାୟୀ ବାହର ରାଜ୍ୟକୁ ପିଆଜ ବ୍ରିକ୍ରି କରୁଛନ୍ତି। ପିଆଜ କିଲୋ ପିଛା ପାଞ୍ଚ ଟଙ୍କାରୁ ସାତ ଟଙ୍କାରେ ବିକ୍ରି ହେଉଛି ।

ଟିଟଲାଗଡରେ ଆପିକଲ ପକ୍ଷରୁ ୯ ଶହ ଟନ କ୍ଷମତା ବିଶିଷ୍ଟ ଏକ ପିଆଜ ପ୍ୟାକ ହାଉସ କାର୍ଯ୍ୟକ୍ଷମ ହୋଇଥିଲା, ହେଲେ ପରିଚାଳନାଗତ ତ୍ରୁଟି ଯୋଗୁଁ ଏହା ବନ୍ଦ ହୋଇଯାଇଛି ଯ। ଫଳରେ ବାଧ୍ୟ ହୋଇ ଚାଷୀ ବେପାରୀ ହାତକୁ ପିଆଜ ଟେକିଦେଉଛି । ଅଭାବି ବିକ୍ରିର ସମାଧାନ ପାଇଁ ଗତବର୍ଷ ସରକାର କୋଲଡ ଷ୍ଟୋର କରିବା ସହ ଚାଷୀଙ୍କୁ ପିଆଜ ସଂରକ୍ଷଣ ପାଇଁ ସାଇତା ଘର ବାବଦକୁ ସବସିଡି ଘୋଷଣା କରିଥିଲେ । ହେଲେ ଏଯାଏଁ ପଶ୍ଚିମ ଓଡିଶାରେ ନା କୋଲଡ ଷ୍ଟୋର ହୋଇଛି, ନା ସାଇତା ଘର ପାଇଁ ସବସିଡି ପାଇଛନ୍ତି ଚାଷୀ ।

ସମ୍ବନ୍ଧିତ ଖବର