ମହାପ୍ରଭୁଙ୍କ ଉପରେ କରୋନା କଟକଣାର ପ୍ରଭାବ: ସନ୍ଧ୍ୟାରେ ପହୁଡ, ୭.୪୫ରେ ଶ୍ରୀମନ୍ଦିର ବନ୍ଦ
୧୦ ବର୍ଷର ଇତିହାସରେ ପ୍ରଥମ, ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଲେ ଶତାଧିକ ଶ୍ରଦ୍ଧାଳୁ
ପୁରୀ: କରୋନା କଟକଣାର ପ୍ରଭାବ ଶେଷରେ ମହାପ୍ରଭୁଙ୍କ ଉପରେ ପଡିଛି। ଶ୍ରୀମନ୍ଦିର ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଥିବାରୁ ମଙ୍ଗଳବାରଠାରୁ ପୁରୀକୁ ଭକ୍ତଙ୍କ ଆଗମନ କମିଛି। ଭକ୍ତ ବିନା ଶ୍ରୀମନ୍ଦିର ଖାଁ ଖାଁ ହୋଇପଡିଛି। ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ନଥିବାରୁ ଆଜି ସନ୍ଧ୍ୟାରେ ମହାପ୍ରଭୁଙ୍କ ପହୁଡ ନୀତି ସଅଳରେ କରି ଦିଆଯାଇଛି। ଆଜି ସନ୍ଧ୍ୟା ୭.୪୫ରେ ମହାପ୍ରଭୁଙ୍କ ପହୁଡ ନୀତି ଅନୁଷ୍ଠିତ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ବିପର୍ଯ୍ୟୟ ବେଳେ ଏଭଳି ସଅଳ ପହୁଡକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ନୀତିକାନ୍ତି, କିମ୍ବା ଗ୍ରହଣ ନ ଥିଲେ ପ୍ରାୟତଃ ଏତେ ଶୀଘ୍ର(ସଅଳ) ପହୁଡ ହୋଇନଥାଏ। ଏପରିକି ଫନି ସମସୟରେ ମଧ୍ୟ ଏତେ ସଅଳ ପହୁଡ ହୋଇ ନଥିଲା।
ଗତ ୧୦ ବର୍ଷ ଭିତରେ ଏଭଳି ସଅଳ ପହୁଡ ହୋଇନାହିଁ ବୋଲି ସ୍ଥାନୀୟ ଲୋକ କହିଛନ୍ତି। ଶ୍ରୀମନ୍ଦିରରେ କଟକଣା ଯୋଗୁଁ ମନ୍ଦିର ଏବେ ଭକ୍ତ ଶୂନ୍ୟ ରହିଛି। ଗତ ଦୁଇ ଦିନ ଭିତରେ ମହାପ୍ରଭୁଙ୍କ ହୁଣ୍ଡି ଆୟ ମଧ୍ୟ ଶତକଡା ୮୦ ପ୍ରତିଶତ ହ୍ରାସ ପାଇଛି। ଆନନ୍ଦବଜାରରେ ମଧ୍ୟ ମହାପ୍ରସାଦ ମିଳୁନାହିଁ। ଆଜି ସଅଳ ପହୁଡ ଯୋଗୁଁ ସ୍ଥାନୀୟ ଅଞ୍ଚଳର ଶହ ଶହ ଭକ୍ତ ମହାପ୍ରଭୁଙ୍କ ଦର୍ଶନରୁ ବଂଚିତ ହୋଇଛନ୍ତି।