ରାୟପୁରରେ ପହଞ୍ଚି ପୁଞ୍ଜିଲାଲ ପାର୍ସଲବୋମାକୁ କିପରି କରିଥିଲା କୋରିୟର ତାହାର ଦେଖାଇବ ଡେମୋ

ବଲାଙ୍ଗୀର: ଶନିବାର କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏକ ଟିମ୍‌ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଖଳନାୟକ ପୁଞ୍ଜିଲାଲ ମେହେରକୁ କଣ୍ବାବାଞ୍ଜି ଷ୍ଟେସନରୁ ଟ୍ରେନ ଯୋଗେ ଧରି ରାୟପୁର ନେଇ ଯାଇଛି। କ୍ରାଇମବ୍ରାଞ୍ଚ ଆଗରେ ପୂରା ଘଟଣାର ଡେମୋ ଦେଖାଇବ ଅପରାଧୀ ଅଧ୍ୟାପକ ପୁଞ୍ଜିଲାଲ୍ । ଗତକାଲି ପାଟଣାଗଡ ମେହେରପଡାସ୍ଥିତ ପୁଞ୍ଚିଲାଲର ଘରେ ନିଜେ ଯାଞ୍ଚ କରିଥିଲେ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା । ଏହାପରେ କେନ୍ଦୁପତ୍ର ଡାକବଙ୍ଗଳାରେ ପହଞ୍ଚି ପୁଞ୍ଜିଲାଲକୁ ମାରାଥନ ଜେରା କରିଥିଲେ ।

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ପୁଞିଲାଲଙ୍କୁ ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ପୁଞ୍ଜିଲାଲକୁ ରାୟପୁରର ବିଭିନ୍ନ ସ୍ଥାନକୁ ନେବ କ୍ରାଇମବ୍ରାଞ୍ଚ। ଏହି ସମୟରେ ସେ କ’ଣ କ’ଣ କରିଥିଲା, ତାର ଡେମୋ ଦେଖାଇବ ମୃତ୍ୟୁର ସୌଦାଗର । ରାୟପୁରରେ ପୁଞ୍ଜିଲାଲର ସାଥ ଦେଇଥିବା ଅଟୋ ଡ୍ରାଇଭରକୁ ବି ଖୋଜା ଚାଲିଛି । ଅଟୋ ଡ୍ରାଇଭର ଧରାହେଲେ ପୁଞ୍ଜିଲାଲର ମାଷ୍ଟରପ୍ଲାନ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ । ଏମିତିକି ଅଟୋ ଡ୍ରାଇଭରକୁ ଠାବ କରିବା ପାଇଁ ରଖାଯାଇଛି ପୁରସ୍କାର ମୃତ୍ୟୁର ଉପହାର ଧରି ରାୟପୁରର ରାଜରାସ୍ତାରେ ଘୁରି ବୁଲୁଥିଲା ପୁଞ୍ଜିଲାଲ । ହତ୍ୟାର ନକ୍ସା ପ୍ରସ୍ତୁତ କରିବା ପରେ ତାକୁ ଚୁଡାନ୍ତ ରୂପ ଦେବା ପାଇଁ ଏକ ରିସ୍କାରେ ବସି ଏଗଳିରୁ ସେଗଳି ଘୁରି ବୁଲୁଥିଲା ପୁଞ୍ଜିଲାଲ୍‌ ମେହେର । ନିଜ ପରିଚୟକୁ ଗୋପନୀୟ ରଖି, ମୃତ୍ୟୁର ପାର୍ସଲ ପଠାଇବା ପାଇଁ ପୁଞ୍ଜିଲାଲ୍‌ ପହଞ୍ଚିିଯାଉଥିଲା ଗୋଟିଏ ପରେ ଗୋଟିଏ କୋରିୟର ।

ସମ୍ବନ୍ଧିତ ଖବର