ଫୁଲବାଣୀ:ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ, ହତ୍ୟା ସନ୍ଦେହ

ଫୁଲବାଣୀ/ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାଲକ୍ଷ୍ମୀ ପେଟ୍ରାଲ ପମ୍ପ ନିକଟରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇ ତାଙ୍କ ମୃତଦେହକୁ ପୋଡ଼ି ଦିଆଯାଇଥିବା ଦେଖିବାକୁ ମିଳିଛି। ଆଜି ସକାଳେ ଏହି ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହ ନିକଟରେ ଏକ ବ୍ଲେଡ୍‌ ଓ ଏକ ଖାଲି ପେଟ୍ରୋଲ ବୋତଲ ପଡିଥିବାରୁ ଯୁବକଙ୍କୁ ସେଠାରେ ହତ୍ୟା କରିବା ପରେ ପରିଚୟ ଲୁଚାଇବା ପାଇଁ ତାଙ୍କ ଉପରେ ପେଟ୍ରେଲ ଢ଼ାଳି ନିଆଁ ଲଗାଇ ଦିିଆଯାଇଥିବା ଲୋକେ ଆଲୋଚନା କହୁଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାଲକ୍ଷ୍ମୀ ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ଏକ ହୋମିଓପ୍ୟାଥିକ୍‌ କ୍ଲିନିକ ନିକଟସ୍ଥ ଏକ ବିଲରେ ଜଣେ ଅଜଣା ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହା ପ୍ରଚାର ହେବା ପରେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇ ପୁଲିସକୁ ଖବର ଦେଇଥିଲୋ। ଖବର ପାଇ ପୁଲିସ ଘଟଣାସ୍ଥରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହ ନିକଟରେ ଏକ ବ୍ଲେଡ ପଡ଼ିଥିବା ବେଳେ ତାଙ୍କ ହାତରେ ବିଭିନ୍ନ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି। ସେହିପରି ଘଟଣାସ୍ଥଳରେ ତାଙ୍କ ମନିପର୍ସ ଓ ଚପଲ ମଧ୍ୟ ପଡ଼ିଛି। ପୁଲିସ ପ୍ରଥମେ ମୃତବୃକ୍ତିଙ୍କ ପରିଚୟ ଜାଣିବା ପାଇଁ ଉଦ୍ୟମ କରୁଛି।

ସମ୍ବନ୍ଧିତ ଖବର