କଟକ: ନର୍ସିଂହୋମରେ ଚିକିତ୍ସାଧୀନ ରୋଗୀଙ୍କ ଆତ୍ମହତ୍ୟା

କଟକ: କଟକ ସହର ରାଣୀହାଟରେ ଥିବା ଏକ ଘରୋଇ ନର୍ସିଂ ହୋମ୍‌ରେ ଚିକିତ୍ସାଧୀନ ଜଣେ ରୋଗୀ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ରୋଗୀ ଜଣକ ହେଉଛନ୍ତି ରଙ୍ଗାଧର ବୋଇତ(୫୮ ବର୍ଷ) ଓ ତାଙ୍କ ଘର ଭଦ୍ରକ ଜିଲ୍ଲା ତିହାଡ଼ି ଥାନା ଅନ୍ତିର୍ଗତ ବାରୋ ଗ୍ରାମରେ।
ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ ତିହିଡ଼ି ଥାନା ବାରୋ ଗ୍ରାମର ରଘୁନାଥ ବୋଇତଙ୍କ ପୁଅ ଗଙ୍ଗାଧର ଗତ କିଛି ଦିନ ଅସୁସ୍ଥ ଥିଲେ। ସେ ଗତ ଏପ୍ରିଲ ୪ ତାରିଖ ଦିନ କଟକ ସହର ରାଣୀହାଟରେ ଥିବା ଏକ ଘରୋଇ ନର୍ସିଂ ହୋମ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଗତକାଲି ରାତିରେ ଗଙ୍ଗାଧରଙ୍କ ପୁଅ ଓ ଶଳା ଶୋଇଥିିବା ବେଳେ ବିଳମ୍ବିତ ରାତିରେ ଗଙ୍ଗାଧର ବେଡ୍‌ରୁ ଉଠି ଏକ ଗାମୁଛାରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

ସମ୍ବନ୍ଧିତ ଖବର