ଝଡ଼ବର୍ଷା ହେତୁ ଗାଁକୁ ଆସି ପାରିଲା ନାହିଁ ୧୦୮ ଆମ୍ବୁଲାନ୍ସ, ରାସ୍ତାକଡ଼ରେ ମହିଳା ଜନ୍ମ ଦେଲେ କନ୍ୟା ସନ୍ତାନ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ସ୍ଥିତ ପାର୍ସାଲି ପଞ୍ଚାୟତର ତାମକସିଲା ଗ୍ରାମରେ ଗତକାଲି ରାତିରେ ଜଣେ ପ୍ରସୂତି ରାସ୍ତା କଡ଼ରେ ସନ୍ତାନ ଜନ୍ମ ଦେଇଥିବା ଘଟଣା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ଗତକାଲି ରାତିରେ ରାୟଗଡ଼ାରେ ପ୍ରବଳ ଝଡ଼ତୋଫାନ ସାଙ୍ଗକୁ ବର୍ଷା ଲାଗି ରହିଥିଲା। ଏହି ସମୟରେ ତାମକସିଲା ଗ୍ରାମର ଗୋପ କାଡ୍ରାକାଙ୍କ ପତ୍ନୀ ପିଲାଇ କାଡ୍ରାକାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। ତେଣୁ ତାଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଡକା ଯାଇଥିଲା। ବର୍ଷା ହେତୁ ଗ୍ରାମ ଭିତରକୁ ଆମ୍ବୁଲାନ୍ସ ଯାଇ ପାରି ନଥିଲା। ଫଳରେ ତାଙ୍କୁ ଭାରରେ ବୁହା ହୋଇ ଆଣିବା ସମୟରେ ପ୍ରସବ ଯନ୍ତ୍ରଣା ବଢ଼ିବାକୁ ଲାଗିଥିଲା। ସଙ୍ଗେସଙ୍ଗେ ତାଙ୍କୁ ଭାରରୁ ଓହ୍ଲାଇ ଦିଆଯାଇଥିଲା। ଆମ୍ବୁଲାନ୍ସ ପାଖରେ ପହଞ୍ଚିବା ପାଇଁ ଆଉ ୬କିମି ଥିବା ବେଳେ ସେ ରାସ୍ତା କଡ଼ରେ ଏକ କନ୍ୟାା ସନ୍ତାନକୁ ଜନ୍ମ ଦେଇଥିଲେ। ଏହାପରେ ତାଙ୍କୁ କଲ୍ୟାଣସିଂହପୁର ଡାକ୍ତରଖାନାକୁ ଅଣା ଯାଇଥିଲା। ସେଠାରେ ଚିକିତ୍ସା ପରେ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା କଥା ଡାକ୍ତର କହିଛନ୍ତି।

ସମ୍ବନ୍ଧିତ ଖବର