କେନ୍ଦ୍ରାପଡା: ନଦୀରେ ଗାଧୋଉଥିବା ବେଳେ ଦିବ୍ୟାଙ୍ଗ ଯୁବକଙ୍କୁ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ମଙ୍ଗଳବାର ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ କୁମ୍ଭୀର ଟାଣି ନେଇଛି। ନଦୀ କୂଳରେ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ ମଧ୍ୟ ଦିବ୍ୟାଙ୍ଗ ଯୁବକଙ୍କୁ ସେମାନେ ବଞ୍ଚାଇ ପାରି ନାହାନ୍ତି। କୁମ୍ଭୀର ଟାଣିନେଇଥିବା ଯୁବକଙ୍କ ନାଁ ହେଉଛି କୁନା ବରାଳ। ତାଙ୍କ ଘର ଆଳି ଥାନା ଅନ୍ତର୍ଗତ ସାହୁପଡା ଗାଁରେ ବୋଲି ଜଣାପଡ଼ିଛି। ଗାଁ ଲୋକେ କୁନା ବରାଳକୁ ନଦୀ ଭିତରେ ଖୋଜାଖୋଜି କରିଥିଲେ ମଧ୍ୟ ରିପୋର୍ଟ ଲେଖାଯିବା ବେଳକୁ ମିଳିପାରି ନାହିଁ।

ସମ୍ବନ୍ଧିତ ଖବର