କଳିଙ୍ଗା ଘାଟୀରେ ଓଲଟିଲା ବାଇଗଣ ବୋଝେଇ ପିକ୍‌-ଅପ୍‌

ଘୁ.ଉଦୟଗିରି: କଳିଙ୍ଗାରୁ ବ୍ରହ୍ମପୁର ଯାଉଥିବା ବେଳେ କଳିଙ୍ଗା ଘାଟୀରେ ଏକ ବାଇଗଣ ବୋଝେଇ ମହେନ୍ଦ୍ରା ପିକ-ଅପ (ଓଡି ୦୭ଓ୍ଵାଇ ୯୭୩୨) ଘାଟୀ ଗଡ଼ିବାର ଦୁଇ କିମି ପରେ ଏକ ତୀକ୍ଷଣ ବୁଲାଣିରେ ରାସ୍ତା ଉପରେ ଓଲଟି ପଡିଥିଲା। ଘଟଣାସ୍ଥଳରେ ଗାଡି ଚାଳକ ଆହତ ହୋଇ ଚିକିତ୍ସିତ ନିମନ୍ତେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିବା ବେଳେ ରାସ୍ତା ଉପରେ ବାଇଗଣଗୁଡିକ ବିଛେଇ ହୋଇ ପଡ଼ିଥିଲା। ଆଜି ଭୋର ତିନିଟା ବେଳକୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଖବର ପାଇ ସ୍ଥାନୀୟ ଥାନା କର୍ମଚାରୀ ଘଟଣାସ୍ଥଳରେ ପହଁଚି ଉଦ୍ଧାର କରି ରାସ୍ତାରୁ ଗାଡି ହଟେଇବା ସହ ତଦନ୍ତ କରିଛନ୍ତି।

 

 

ସମ୍ବନ୍ଧିତ ଖବର