ଉଦଳା: ମକର ଯାତ୍ରା ଦେଖି ଫେରୁଥିବା ବେଳେ ପିକ୍‌ଅପ୍‌ ଭ୍ୟାନ ଓଲଟି ୨ ମହିଳା ମୃତ, ୩୦ ଆହତ

ଉଦଳା: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ କହ୍ନେଇବନ୍ଧ ଧରମପୁର ନିକଟରେ ଏକ ପିକ୍‌ଅପ୍‌ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ୨ ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଊର୍ଧ୍ୱ ମହିଳା ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଉଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭତ୍ତି କରାଯାଇଛି।

ମିଳିଥିିବା ସୂଚନା ଅନୁଯାୟୀ, ଆରବନ୍ଧ ଗାଁର ପ୍ରାୟ ୩୬ ଜଣ ପୁରୁଷ ଓ ମହିଳା  ଗୋଟିଏ ପିକ୍‌ଅପ୍‌ ଭାନ୍‌ରେ ବସି ଶିମିଳିପାଳସ୍ଥିତ ଅଠରଦଉଳି ପୀଠକୁ ମକର ମେଳା ଦେଖିବାକୁ ଯାଉଥିଲେ। ସେମାନେ ଆଜି ସକାଳ ପ୍ରାୟ ୧୦ଟା ବେଳେ ଖୁଣ୍ଟା ଥାନା କହ୍ନେଇବନ୍ଧ ନିକଟରେ ଯାଉଥିବା ବେଳେ ଭାରାସାମ୍ୟ ହରାଇ ପିକ୍‌ଅପ୍‌ ଭ୍ୟାନ୍‌ଟି ରାସ୍ତାତଳକୁ ଓଲଟି ପଡ଼ିଥିଲା। ଫଳରେ ପିକ୍‌ଅପ୍‌ ଭ୍ୟାନରେ ଥିବା ମହିଳାମାନଙ୍କ ମଧ୍ୟରୁ ୨ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଏଥିରେ ୩୦ରୁ ଊର୍ଧ୍ୱ ଆହତ ମଧ୍ୟ ହୋଇଛନ୍ତି। ଖବର ପାଇ ପୁଲିସ ଓ ଦମକଳ ଘଟଣାସ୍ଥଳରେ ପହଞ୍ଚିି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନରେ ଆଣି ଭର୍ତ୍ତ କରିଛନ୍ତି। ମୃତ୍ୟୁବରଣ କାରିଥିବା ଦୁଇଜଣ ମହିଳାଙ୍କ ପରିଚୟ ମିଳିଛି। ସେମାନେ ହେଲେ ପିତି ଖଣ୍ଡେଇ ଓ ସୁଲୋଚନା ବିଶ୍ୱାଳ ବୋଳି ଜଣାପଡ଼ିଛି।

ସମ୍ବନ୍ଧିତ ଖବର