ମାଲକାନଗିରି: ଭାରସାମ୍ୟ ହରାଇ ପିକ୍‌-ଅପ୍‌ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ, ୧ମୃତ, ୬ ଶ୍ରମିକ ଗୁରୁତର

ମାଲକାନଗିରି: ମାଲକାନଗିରି ଚମ୍ପାକାରି ନିକଟସ୍ଥ ସିନ୍ଦ୍ରିମାଳାଠାରେ ବୁଧବାର ଅପରାହ୍ନରେ ଏକ ପିକ୍‌-ଅପ୍‌ ଭ୍ୟାନ୍‌ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ପିକ୍‌-ଅପ୍‌ ଭ୍ୟାନ୍‌ରେ ୧୦ଜଣ ଶ୍ରମିକ ମାଲକାନଗିରିରୁ ଜୟପୁର ଅଭିମୁଖେ ଯାଉଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ୧୦ଜଣ ଶ୍ରମିକ ଥିବା ପିକ୍‌-ଅପ୍‌ ଭ୍ୟାନଟି ମାଲକାନଗିରିରୁ ୧୦କିମି ଦୂର ସିନ୍ଦ୍ରିମାଳା ଦେଇ ଜୟପୁରକୁ ଯାଉଥିଲେ। ହଠାତ୍‌ କୌଣସି କାରଣବଶତଃ ପିକ୍‌-ଭ୍ୟାନ୍‌ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ଜଣେ ଶ୍ରମିକର ମୃତ୍ୟୁ ହୋଇଥିବା ବେଳେ ୬ଜଣ ଶ୍ରମିକ ଗୁରୁତର ହୋଇଥିଲେ। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଓ ସ୍ଥାନୀୟଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମସ୍ତ ଗୁରୁତର ଶ୍ରମିକଙ୍କୁ ସ୍ଥାନୀୟଲୋକ ପ୍ରାଥମିକ ଚିକିତ୍ସା ଦେବା ପରେ ମାଲକାନଗିରି ଡାକ୍ତରଖାନରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଏବେ ବି ଗୁରୁତର ଶ୍ରମିକଙ୍କ ଚିକିତ୍ସା ଜାରି ରହିଛି।

ସମ୍ବନ୍ଧିତ ଖବର