କଳାହାଣ୍ଡି: ଭିଜିଲାନ୍ସ ଜାଲରେ ପଡ଼ିଲେ ପୁଲିସ ଅଧିକାରୀ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଥାନା ଏଏସଆଇ ଗୟାଧର ସେନାପତି ୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, କର୍ଲାମୁଣ୍ଡା ଅଞ୍ଚଳର କୃଷ୍ଣଚନ୍ଦ୍ର ନାୟକ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ଏକ ମାମଲା ଥିଲା। ଏହି ମାମଲାର ତଦନ୍ତ ଦାୟିତ୍ୱ ଏଏସଆଇ ଶ୍ରୀ ସେନାପତି ନେଇଥିଲେ। ତେବେ ଏହାକୁ ଦଫାରଫା କରିବା ପାଇଁ ଶ୍ରୀ ସେନାପତି ଶ୍ରୀ ନାୟକଙ୍କୁ ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ସକାଳେ ଶ୍ରୀ ନାୟକ ଏଏସଆଇ ଶ୍ରୀ ସେନାପତିଙ୍କୁ ୩ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ ଓ ତାଙ୍କ ଠାରୁ ରାସାୟନିକ ପ୍ରଲେପ ବୋଳା ୩ ହଜାର ଟଙ୍କା ଜବତ କରିଥିେଲେ।

ସମ୍ବନ୍ଧିତ ଖବର