ଗଞ୍ଜାମ: ବୁଗୁଡା ଥାନା ଭିତରେ ଓକିଲଙ୍କୁ ପୁଲିସର ମାଡ ଅଭିଯୋଗ, ସ୍ଥାନୀୟ ଆଇନଜୀବୀଙ୍କ ଭିତରେ ଉତ୍ତେଜନା 

ଭଞ୍ଜନଗର: କଟକରେ ଆଇନଜୀବୀଙ୍କୁ ପୁଲିସର ମାଡମରା ଘଟଣାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ହୋଇ ନ ଥିବା ବେଳେ  ପୁଣି ସେଭଳି ଏକ ଘଟଣା ସାମ୍ନାକୁ ଆସିଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ବୁଗୁଡା ଥାନାରେ ଭିତରେ ଜଣେ ଓକିଲକୁ ମାଡ ମାରିଥିବା ମଙ୍ଗଳବାର ଅଭିଯୋଗ ହୋଇଛି।  ଥାନା ଭିତରେ ଓକିଲଙ୍କୁ ଗାଳିଗୁଲଜ କରାଯିବା ସହ ମାଡ ମରାଯିବା ଅଭିଯୋଗ ହୋଇଛି। ଆହତ ଅବସ୍ଥାରେ ସଂପୃକ୍ତ ଓକିଲଙ୍କୁ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହି ଖବର ଲେଖାଯିବା ବେଳକୁ ସେ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଓକିଲ ହରପ୍ରସାଦ ଦାଶ ଆଜି ତାଙ୍କର ଜଣେ ମହକିଲଙ୍କ ଏକ ମାମଲା ନେଇ ବୁଗୁଡା ଥାନାକୁ ଯାଇଥିଲେ। ତେବେ ଏହି ସମୟରେ କୌଣସି କାରଣକୁ ନେଇ ବିବାଦ ହେବାରୁ ଥାନା ଭିତରେ ପୁଲିସ ତାଙ୍କୁ ମାଡ ମାରିଥିଲା ବୋଲି ଅଭିଯୋଗ ହୋଇଛି ।

ସମ୍ବନ୍ଧିତ ଖବର