ପୁଲିସ ଜାଲରେ ୩ଜଣିଆ ଚୋର ଦଳ

ରାୟଗଡ଼ା : ଅନେକ ଚୋରି ଘଟଣାରେ ଲିପ୍ତ ଥିବା ଚୋର ଦଳକୁ ରାୟଗଡ଼ା ପୁଲିସ ଶେଷରେ ଧରିବାରେ ସକ୍ଷମ ହୋଇଛି। କିଛି ଚୋରି ଜିନିଷ ଉଦ୍ଧାର ହୋଇଛି। ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ତିନି ଜଣ ଫେରାର ଥିବା କୁହାଯାଇଛି। ଗିରଫ ୩ ଜଣଙ୍କ ମଧ୍ୟରେ ସ୍ଥାନୀୟ ରାମକୃଷ୍ଣ ନଗରର ରବି ଶଙ୍କର ମହାନନ୍ଦିଆ, ପ୍ରେମୀ ଶ୍ରୀକାନ୍ତ ଏବଂ ଚୋରି ଜିନିଷ କ୍ରୟ ଅଭିଯୋଗରେ ସନ୍ୟାସୀ ରାଜୁ ରହିଛି। ଆଇଆଇସି ରବିନ୍ଦ୍ର କୁମାର ପାତ୍ର କହିଛନ୍ତି ଯେ ରାୟଗଡ଼ା ସହର ଏବଂ ବନ୍ଧୁଗାଁ ଅଞ୍ଚଳ ୫/୬ ଜଣ ମିଶି ଗତ ୧୦ ମାସ ହେଲା ସହରର ବିଭିନ୍ନ ଘରେ ପଶି ଚୋରି କରୁଥିଲେ।

ସୁରାକ ମିଳିବା ପରେ ରାମକୃଷ୍ଣ ନଗର ଅଞ୍ଚଳରେ ରହୁଥିବା ରବି ଓ ଶ୍ରୀକାନ୍ତଙ୍କୁ ଧରାଯାଇ ପଚରା ଉଚରା କରିବା ପରେ ସହରରେ ୭/୮ ଟି ଚୋରି ଘଟଣାରେ ଲିପ୍ତ ରହିଥିବା ନେଇ ସ୍ୱୀକାର କରିଥିଲୋ ଏଥିରେ ସଂପୃକ୍ତ ଅନ୍ୟ ତିନି ଜଣ ବନ୍ଧୁଗାଁ ଅଞ୍ଚଳର ରାକେଶ କନ୍ଧପାଣି, ପ୍ରକାଶ ଖୋରା, ଗୋପାଳ ଖୋରା ଫେରାର ଅଛନ୍ତି। ସେମାନଙ୍କୁ ଶୀଘ୍ର ଧରାଯିବ ବୋଲି ଆଇଆଇସି ଶ୍ରୀ ପାତ୍ର ପ୍ରକାଶ କରିଥିଲେ। ଗତ ଅକ୍ଟୋବର ୨୧ ତାରିଖରେ ସାଇପ୍ରିୟା ନଗରର କେ ବୈକୁଣ୍ଠଙ୍କ ଘରେ ପଶି ନଗଦ ୧୫ ହଜାର ଟଙ୍କା, ଗୋଟିଏ ଏଲଇଡ଼ି ଟିଭି, ୬ ଟି ସୁନା ମୁଦି ଚୋରି କରିଥିଲେ।

ଗତ ଅକ୍ଟୋବର ୨୩ ଭୋରରେ ସହକାରୀ ଜିଲ୍ଲାପାଳ ଜନତା ଭୂୟାଁଙ୍କ ଘରେ ପଶି ଦୁଇଟି ମୋବାଇଲ ଫୋନ ଓ ୫ ହଜାର ଟଙ୍କା ଚୋରି କରିଥିବା ଚୋର ମାନେ ସ୍ୱୀକାର କରିଛନ୍ତି। ପୁଲିସ ଏମାନଙ୍କ ଠାରୁ ୩ ଟି ମୋବାଇଲ, ୬ ଟି ସୁନା କାନଫୁଲ, ଗୋଟିଏ ଟିଭିଉଦ୍ଧାର କରାଯାଇଛି। ଅପର ପକ୍ଷରେ ଚୋରଙ୍କ ଠାରୁ ୨୭ ହଜାର ଟଙ୍କା ଦେଇ ସୁନା କାନଫୁଲ କିଣିଥିବା ସନ୍ୟାସୀ ରାଜୁଙ୍କୁ ମଧ୍ୟ ଗିରଫ କରାଯାଇଛି। ଆଜି ତିନି ଜଣଙ୍କୁ କୋର୍ଟରେ ହାଜର କରାଯାଇଛି ବୋଲି ଆଇଆଇସି ସୂଚନା ଦେଇଛନ୍ତି। ସେହିଭଳି ତିନିି ଦିନ ପୂର୍ବେ ଜିଲ୍ଲା ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ପି କେ ମଲ୍ଲୀକଙ୍କ ଘରେ ଚୋର ମାନେ ପଶି ୧୦ ତୋଳା ସୁନା ଅଳଙ୍କାର ଓ ନଗଦ ୩୦ ହଜାର ଟଙ୍କା ଚୋରି ହୋଇଛି ବୋଲି ଏତଲାରେ ରହିଛି।

ସମ୍ବନ୍ଧିତ ଖବର