ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହକୁ ପୁଲିସ କାନ୍ଧେଇଲା ୨କିମି

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ କେନ୍ଦୁପାଇ ନଦୀରୁ ଜଣେ ଅଚିହ୍ନା ବ୍ୟକ୍ତିର ମୃତଦେହକୁ ପୁଲିସ୍‌ ଉଦ୍ଧାର କରିଛିା ସ୍ଥାନୀୟ ଲୋକେ କେନ୍ଦୁପାଇର ଜଣେ ଯୁବକର ମୃତଦେହ ଭାସୁଥିବା ନେଇ ପୁଲିସକୁ ଖବର ଦେଇଥିଲୋ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା କିନ୍ତୁ ମଙ୍ଗଳବାର ସନ୍ଧ୍ୟା ହୋଇଯାଇଥିବାରୁ ମୃତଦେହ ବହୁ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ମିଳି ନଥିଲା।

ଲକ୍ଷ୍ମୀପୁର ଆଇଆଇସି ଗୌରହରି ସାହୁଙ୍କ ନେତୃତ୍ୱରେ ଏସଆଇ ସମ୍ବିତ ସ୍ୱାଇଁ, ଏଏସଆଇ ଛବୀନ୍ଦ୍ର ସେଠୀ, ମନୋରଞ୍ଜନ ସାହୁ ଓ କିଛି ପୁଲିସ କର୍ମଚାରୀ ବୁଧବାର ପୁଣି ଥରେ ଘଟଣାସ୍ଥଳକୁ ପହଞ୍ଚି ଖୋଜାଖୋଜି କରିବା ପରେ ନଦୀ କଡରେ ଥିବା ଏକ ଗଛରେ ଲଟକି ରହିଥିବା ମୃତଦେହ ଉଦ୍ଧର ହୋଇଥିଲା।

ସେଠାରେ କିଛି ସମୟ ମୃତଦେହକୁ ରଖାଯିବା ପରେ ଆଖପାଖ ଗାଁ ଲୋକଙ୍କୁ ପଚରା ଉଚୁରା କରାଯାଇଥିଲ କିନ୍ତୁ ଗାଁ ଲୋକମାନେ ମୃତଦେହ ଚିହ୍ନି ନଥିବା ପ୍ରକାଶ କରିଥିଲେ। ମୃତଦେହକୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ବୋହିବା ସକାଶେ ମଧ୍ୟ ମନା କରିଦେଇଥିଲୋ ନଦୀଠାରୁ ମୁଖ୍ୟ ସଡକ ପର୍ଯ୍ୟନ୍ତ ଭଲ ରାସ୍ତା ନଥିବା କାରଣରୁ ଶେଷରେ ଏଏସଆଇ ମନୋରଞ୍ଜନ ସାହୁ, ପୁଲିସ୍‌ ଡ୍ରାଇଭର ହୃଷିକେଷ ପରିଜା ଓ ମହେଶ୍ୱର ଖରା ପ୍ରମୁଖଙ୍କ ସମେତ ପୁଲିସ କର୍ମଚାରୀ ମୃତଦେହକୁ ବାନ୍ଧି ୨ କିଲୋମିଟର ବୋହି ଆଣି ମୁଖ୍ୟ ରାସ୍ତାରେ ପହଞ୍ଚାଇଥିଲେ।

ସମ୍ବନ୍ଧିତ ଖବର