ବ୍ରହ୍ମପୁର: ପୁଲିସ ଏନକାଉଣ୍ଟରରେ ସନ୍ତୋଷ ବେହେରା ଗୁରୁତର

ବ୍ରହ୍ମପୁର/ରମ୍ଭା: ଗତକାଳି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ପୁଲିସର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ସନ୍ତୋଷ ବେହେରା ଗୁରୁତର ଭାବେ ଆହତ ହୋଇଛି। ଆହତ ସନ୍ତୋଷର ୨ଟି ଗୋଡ଼ରେ୨ଟି ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରମ୍ଭା ଥାନା ପୁଲିସ ପକ୍ଷରୁ ଏହି ଏନ୍‌କାଉଣ୍ଟର କରାଯାଇଛିି।


ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରମ୍ଭା ଥାନା ଅନ୍ତର୍ଗତ ଖଣ୍ଡେଉଳି ଗ୍ରାମର ସନ୍ତୋଷ ବେହେରାଙ୍କ ନାମରେ ରମ୍ଭା, ଖଲିକୋଟ ସହିତ ବିଭିନ୍ନ ଜିଲ୍ଲାରେ ୧୬ଟିରୁ ଅଧିକ ମାମଲା ରହିଛି। ଗତକାଲି ରାତିରେ ସନ୍ତୋଷ ବାଇକରେ ଯାଉଥିବା ଖବର ପାଇ ରମ୍ଭା ପୁଲିସ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ମାତ୍ର ପୁଲିସ ଉପରକୁ ଗୁଳି ଚଳାଇ ସନ୍ତୋଷ ଖସିଯିବାକୁ ଚେଷ୍ଟା କରିଥିଲା। ଫଳରେ ପୁଲିସ ସନ୍ତୋଷକୁ ଅଟକାଇବା ପାଇଁ ଗୁଳି ଚଳାଇଥିଲା। ସନ୍ତୋଷର ଦୁଇଟି ଗୋଡ଼ରେ ଦୁଇଟି ଗୁଳି ବାଜିବାରୁ ସନ୍ତୋଷ ପଡ଼ିଯାଇଥିିଲା। ତା ଠାରୁ ଗୋଟିଏ ଅଟୋମେଟିକ ରିଭଲଭର, ୨ ରାଉଣ୍ଢ ଗୁଳି ଓ ଗୋଟିଏ ବାଇକ ଜବତ କରାଯାଇଛି। ସନ୍ତୋଷର ଅନ୍ୟ ଜଣେ ସହଯୋଗୀ ଖସିଯାଇଥିିବା ବେଳେ ଆହତ ସନ୍ତୋଷକୁ ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛିି।

ସମ୍ବନ୍ଧିତ ଖବର