ଢେଙ୍କାନାଳ: ୫ ଡକାୟତ ଅଟକ, ପିସ୍ତଲ, ବୋଲେରୋ ସହିତ ୭୨ ହଜାର ଟଙ୍କା ଜବତ

ଢେଙ୍କାନାଳ: ଗତକାଲି ରାତିରେ ଢେଙ୍କାନାଳ ସଦର ଥାନା ପୁଲିସ ଓ ଟାଉନ ଥାନା ପୁଲିସ ମିଳିତ ଭାବେ ଚେକିଂ କରି ଏକ ଡକାୟତ ଦଳକୁ କାବୁ କରିଛି। ସେମାନଙ୍କ ଠାରୁ ୯ ଏମଏମ ର ଗୋଟଇଏ ପିସ୍ତଲ, ୫ ରାଉଣ୍ଡ ଅଫୁଟା ଗୁଳି, ୭୨ ହଜାରଟଙ୍କା, ୧୦ଟି ମୋବାଇଲ ସହିତ ଗୋଟିଏ ବୋଲେରୋ ଜବତ କରାଯାଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତକାଲି ସଦର ଥାନା ଅନ୍ତର୍ଗତ କଣ୍ଟାନାଳି ନିକଟରେ ଚେକିଂ କରୁଥିବା ବେଳେ ସନ୍ଦେହରେ ଏକ ବୋଲେରୋକୁ ଅଟକାଇଥିଲେ୧ ତନଖି ବେଳେ ସେଥିରୁ ପ୍ରଥମେ ଏକ ପିସ୍ତଲ ବାହାରିବାରୁ ପୁଲିସ ବୋଲେରୋରେ ଥିବା ସମସ୍ତଙ୍କୁ ଘେରି ଯାଇ ଧରି ପକାଇଥିଲେ। ପରେ ଜଣାପଡ଼ିଥିଲା ଯେ ଏହି ବୋଲରୋରେ କେନ୍ଦ୍ରାପଡ଼ା ଅଞ୍ଚଳର ୫ ଜଣ ଡକାୟତି କରିବା ଉଦ୍ଦେଶ୍ୟରେ ଆସିଥିଲେ। ସେମାନେ ପ୍ରଥମେ ମଙ୍ଗୁଳି ଛକ ନିକଟରେ ଜଣଙ୍କ ଠାରୁ ଗୋଟିଏ ଲାପ୍‌ଟପ୍‌ ଓ କିଛି ଟଙ୍କା ଯୋର ଜବରଦସ୍ତ ଛଡ଼ାଇ ନେଇ ଢେଙ୍କାନାଳ ଆଡକୁ ପଳାଇ ଆସିଥିଲେ। ପରେ ସେମାନେ ଢ଼େଙ୍କାନାଳ ବାଇପାସରେ ମଧ୍ୟ ଜଣକୁ ଲୁଟ୍‌ କରିଥିଲେ। ପୁଲିସ ସେମାନଙ୍କୁ ଅଟକ ରଖି ପଚରା ଉଚରା କରୁଛି।

ସମ୍ବନ୍ଧିତ ଖବର