ନିରକ୍ଷରତାର ସୁଯୋଗ ନେଇ ମହିଳାଙ୍କୁ ଠକିଲେ ରାଜନେତା 

ନବରଙ୍ଗପୁର:  ନବରଙ୍ଗପୁର ଜିଲ୍ଲାରେ ମହିଳା ନିରକ୍ଷରତାର ସୁଯୋଗ ନେଇ ଜଣେ ରାଜନେତା ଲକ୍ଷାଧିକ ଟଙ୍କା ଉଠାଇ ନେଇଥିବାର ଅଭିଯୋଗ ହୋଇଛି। ମହିଳା ଗ୍ରୁପମାନ ଗଠନ କରି ଏକ ମାଇକ୍ରୋଫାଇନାସ ସଂସ୍ଥାରେ ରୁଣ କରାଇଦେଇ ସେହି ଟଙ୍କାକୁ ମହିଳାଙ୍କ ଟିପ ଚିହ୍ନ ନେଇ ନିଜ ଏକାଉଣ୍ଟକୁ ନେଇଯାଇଥିବା ନେଇ ଉକ୍ତ ମହିଳାମାନେ ଆଜି ଏସପିଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି।

ପାପଡାହାଣ୍ଡି ବ୍ଲକ ଜଟାବାହାଲ ପଞ୍ଚାୟତର ବରିଗୁଡା ଗାଁର ମହିଳାମାନେ ଆଜି ନବରଙ୍ଗପୁର ଏସପିଙ୍କ କାର୍ଯ୍ୟାଳୟରେ କରିଥିବା ଅଭିଯୋଗ ଅନୁଯାୟୀ, ତାଙ୍କ ପଞ୍ଚାୟତର ଜଣେ ନିର୍ବାଚିତ ପ୍ରତିନିଧି ଗତ ୬ମାସ ପୂର୍ବେ ଲୋନ ମିଳିବ ବୋଲି କହି ଗ୍ରାମଶକ୍ତି ଓ ସମସ୍ତା ନାମକ ୨ ଗୋଟି ମହିଳ ଗ୍ରୁପ୍‌ ଗଠନ କରିଲେ। ପାସ ବୁକ୍‌ ଖୋଲାଯିବ ବୋଲି କହି ତାଙ୍କ ଠାରୁ ଆଧାର କାର୍ଡ ଓ ରାସନ କାର୍ଡ ନେଲେ। କିଛି ଦିନ ପରେ ତାଙ୍କୁ ଡାବୁଗାଁ ସ୍ଥିତ ଏକ ମାଇକ୍ରୋ ଫାଇନାନସ୍‌ ସଂସ୍ଥାକୁ ନେଲେ। ସେଠାରେ ତାଙ୍କ ନାମରେ ଲୋନ ବି କରାଇଲେ। ଏହି ୨ ଗୋଟି ଗ୍ରୁପ୍‌ରେ ୨୬ ଜଣ ମହିଳାଙ୍କୁ ସାମିଲ କରିଲେ ।

ସେମାନଙ୍କର ଲୋନ ଉଠିବା ପରେ ସେମାନଙ୍କୁ ଜଟାବାଲ ଓ ନବରଙ୍ଗପୁରର ୩ ଗୋଟି ବ୍ୟାଙ୍କକୁ ନେଇ ସବୁ ଠାରେ ତାଙ୍କ ଟିପ ଚିହ୍ନ ନେଲେ। ସେମାନଙ୍କୁ  ୨ ହଜାର ଟଙ୍କା ଲେଖାଏଁ ଦେଇଦେଲେ। ଏବେ ଗତ କିଛି ଦିନ ହେବ ମାଇକ୍ରୋ ଫାଇନାନସର କର୍ମଚାରୀମାନେ ତାଙ୍କ ଘରକୁ ଆସି ତାଙ୍କ ନାମରେ ଥିବା ଲୋନ ଟଙ୍କା କହି ଦୈନିକ ହିସାବରେ ଟଙ୍କା ମାଗୁଛନ୍ତି। ଟଙ୍କା ନଦେନଲେ ସେମାନଙ୍କର ନାମରେ ଥାନା ରେ ମାମଲା ରୁଜୁ କରାଯିବ ବୋଲ କହି ଧମକ ଦେଉଛନ୍ତି ବୋଲି ମହିଳାମାନେ କହିଛନ୍ତି । ଜଣେ ଜଣେ ମହିଳାଙ୍କ ନାମରେ ୨୦ ହଜାର ରୁ ୯୦ ହଜାର ଟଙ୍କା ଲୋନ କରିଥିବାର ମହିଳାମାନେ ଅଭିଯୋଗ କରିଛନ୍ତି ।ଏ ନେଇ ଡାବୁଗାଁ ଥାନାରେ ମହିଳାମାନେ ଏତଲା ଦେଇଛନ୍ତି।

ସମ୍ବନ୍ଧିତ ଖବର