ଚିତ୍ରଡା: ମୟୂରଭଞ୍ଜ ଜିଲ୍ଲାର ମୋରଡା ଥାନା ଅଧିନ ଚିତ୍ରଡା ଠାରେ ଗୁରୁବାର ସନ୍ଧ୍ୟାରେ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ସହକାରୀ ପୋଷ୍ଟାଲ ଆସିଷ୍ଟାଣ୍ଡ ସି.ବି.ଆଇ ଟିମର ଜାଲରେ ଫସିଯାଇଛନ୍ତି।
ସୂଚନାଯୋଗ୍ୟ, ଉପ ଡାକଘର ଚିତ୍ରଡାର ସହକାରୀ ପୋଷ୍ଟ ମାଷ୍ଟର ସ୍ନେହାଶିଷ ପରିଡା ଜନୈକ ପୋଷ୍ଟାଲ ଏଜେଣ୍ଟଙ୍କ କମିସନ ଟଙ୍କା ଏବଂ ଅନ୍ୟାନ୍ୟ କାର୍ଯ୍ୟ କରାଇଦେବା ବାବଦରେ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏଜେଣ୍ଟ କୁନ୍ତଳା ମହାନ୍ତଙ୍କ ସ୍ୱାମୀ ବ୍ରଜକିଶୋର ମହାନ୍ତ ଏନେଇ ସିବିଆଇର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ସିବିଆଇ ଆଣ୍ଟି କରପସନ ଟିମ ଲାଞ୍ଚୁଆ ସହକାରୀ ପୋଷ୍ଟମାଷ୍ଟରକୁ ଧରିବା ପାଇଁ ଜାଲ ବିଛାଇଥିଲେ।
ସୂଚନାଯୋଗ୍ୟ, ଉକ୍ତ ସହକାରୀ ପୋଷ୍ଟ ମାଷ୍ଟର କିଛିଦିନ ତଳେ ଚିତ୍ରଡା ଉପଡ଼ାକ ଘରେ ଯୋଗଦେଇଥିଲେ। ତେବେ ଆଜି ସନ୍ଧ୍ୟାରେ ପ୍ରାୟ ୬ ଟା ସମୟରେ ପୋଷ୍ଟାଲ ଛୁଟି ହେବା ପରେ ଚିତ୍ରଡା ଅଞ୍ଚଳର ଶୀର୍ଷାପାଳ ଛକ ନିକଟରେ ଲାଞ୍ଚ ଟଙ୍କା ନେଉଥିବା ସମୟରେ ପୂର୍ବରୁ ଯୋଜନା ମୁତାବକ ପ୍ରସ୍ତୁତ ରହିଥିବା ସିବିଆଇ ଟିମ ଚଢ଼ାଉ କରି ଲାଞ୍ଚ ଟଙ୍କା ସହିତ ସହକାରୀ ପୋଷ୍ଟମାଷ୍ଟର ସ୍ନେହାଶିଷଙ୍କୁ ଧରି ଥିବା ଜଣାପଡିଛି । ଧରିବା ପରେ ପ୍ରଥମେ ତାଙ୍କୁ ସିବିଆଇ ଟିମ ଉପ ଡାକଘରକୁ ନେଇଯାଇଥିଲେ ଏବଂ ପରେ ଚିତ୍ରଡା ଫାଣ୍ଡିକୁ ନେଇ ପଚରାଉଚରା କରୁଥିବା ଜଣାପଡିଛି। ଲାଞ୍ଚୁଆ ସହକାରୀ ପୋଷ୍ଟମାଷ୍ଟରଙ୍କ ବାଇକକୁ ମଧ୍ୟ ଟିମ ଉଦ୍ଧାର କରିଛି।
/sambad/media/post_attachments/wp-content/uploads/2019/10/download-3-10.jpg)
ତେବେ ସିବିଆଇ ଟିମ ପଚରାଉଚରା କରୁଥିବା ସମୟରେ ସହକାରୀ ପୋଷ୍ଟମାଷ୍ଟର ଚେତା ଶୂନ୍ୟ ହୋଇପଡିଥିବା ଜଣାପଡିଥିଲା। ସିବିଆଇ ଆଣ୍ଟି କରପସନ ଟିମ ଭୁବନେଶ୍ୱରରୁ ଟ୍ରାପ୍ଲେଇଂ ଅଫିସର ଇନିସ୍ପପେକ୍ଟର ପି ସି ସାହୁଙ୍କ ନେତୃତ୍ୱରେ ଆଜି ଏକ ଟିମ ଉକ୍ତ ଚଢ଼ାଉ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/Ass.-postmaster.jpg)