କେନ୍ଦ୍ରାପଡ଼ା: କେନ୍ଦ୍ରାପଡା କ୍ରେଡିଟ୍ କୋ-ଅପରେଟିଭ୍ ବ୍ୟାଙ୍କର ପୂର୍ବତନ ସଭାପତି ପ୍ରମୋଦ ସାହୁଙ୍କୁ ବୁଧବାର ହାଇକୋର୍ଟରୁ ଜାମିନ ମିଳିଛି। ଏଥିରେ କୁହାଯାଇଛି ଯେ, ହାଇକୋର୍ଟଙ୍କ ଜାମିନ ଉପରେ ତଳକୋର୍ଟ ସର୍ତ୍ତ ରଖିପାରିବେ। ପ୍ରମୋଦ ସାହୁ ବ୍ୟାଙ୍କର ଜଣେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେବା ମାମଲାରେ ଗିରଫ ହୋଇଥିଲେ। ଯୌନ ଶୋଷଣ ଅଭିଯୋଗରେ ଗିରଫ ହେଇ ଜେଲ୍ ଯାଇଥିବା ପ୍ରମୋଦ ସାହୁଙ୍କ ଜାମିନ ଆବେଦନ ଖାରଜ ହୋଇଯିବା ପରେ ତାଙ୍କୁ ବାରିମୂଳ ସବ୍ଜେଲକୁ ପଠାଇ ଦିଆଯାଇଥିଲା।
ଉଲ୍ଲେଖଯୋଗ୍ୟ, ସଭାପତି ଶ୍ରୀ ସାହୁଙ୍କ ବିରୋଧରେ ସେହି କୋ-ଅପରେଟିଭ୍ ସୋସାଇଟିରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ଯୌନ ଶୋଷଣ, ଅସଦାଚରଣ, ହତ୍ୟା ଧମକ ଦେବା ଅଭିଯୋଗ ଆସିଥିଲା। ଏହି ଘଟଣାରେ ଗତ ନଭେମ୍ବର ୪ ତାରିଖ ଦିନ କେନ୍ଦ୍ରାପଡ଼ା ଟାଉନ ଥାନା ପୁଲିସ ଶ୍ରୀ ସାହୁଙ୍କୁ ଗିରଫ କରିଥିଲା। ଏହାପରେ ଶ୍ରୀ ସାହୁ ଜାମିନ ପାଇଁ ଆବେଦନ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ଦୌରାଜଜ୍ ବାସୁଦେବ ପଣ୍ଡା ଏହି ମାମଲା ଶୁଣାଣି କରି ଆବେଦନକୁ ଖାରଜ କରି ଦେବା ପରେ ଜାମିନ ପାଇଁ ଶ୍ରୀ ସାହୁଙ୍କ ଓକିଲ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/pramod-sahu-kendrapada-co-operative-bank-537x430.jpg)