ଭିତ୍ତିଭୂମିର ଅଭାବ: ଗୋଟିଏ ଶ୍ରେଣୀଗୃହରେ ଏକାଧିକ ଶ୍ରେଣୀର ଛାତ୍ରଛାତ୍ରୀ ପଢ଼ନ୍ତି ପାଠ

ଅବ୍ୟବସ୍ଥା ଘେରରେ ଖାଲକଣା ନୋଡାଲ୍‌ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଓଡିଆପେଣ୍ଠ ଗ୍ରାମପଞ୍ଚାୟତ ଅଧିନସ୍ତ ଖାଲକଣା ନୋଡାଲ୍‌ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭରି ରହିଛି ଅନେକ ଅସୁବିଧା। ବିଦ୍ୟାଳୟରେ ୨୩୮ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢୁଥିବା ବେଳେ ଛାତ୍ରଛାତ୍ରୀଙ୍କ ସକେଶେ କ୍ଲାସ୍‌ ରୁମ୍‌ ଏମାନଙ୍କ ସକାଶେ ମୁଖ୍ୟ ସମସ୍ୟା ରହିଛିା କ୍ସାସ ରୁମ୍‌ ନଥିବା କାରଣରୁ ପ୍ରଥମରୁ ୩ୟ ଶ୍ରେଣୀ ଯାଏ ଗୋଟିଏ ଶ୍ରେଣୀଗୃହରେ ଚତୁର୍ଥ-ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ, ଅନ୍ୟ ଗୋଟିଏ ଶ୍ରେଣୀ ଗୃହରେ ଷଷ୍ଠ-ସପ୍ତମ, ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଅନ୍ୟ ଏକ କ୍ଲାସ୍‌ ରୁମ୍‌ରେ ପାଠ ପଢା ଯାଉଥିବା ଦେଖିବାକୁ ମିଳିଛିା କେବଳ ସେତିକି ନୁହଁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସକାଶେ ଖେଳ ପଡିଆଟିଏ ନଥିବା ବେଳେ ଶତାଧିକ ଛାତ୍ରଛାତ୍ରୀ ସ୍କୁଲ ସମାପ୍ତ ହେବା ପରେ ହଷ୍ଟେଲ୍‌ରେ ହିଁ ରହିବାକୁ ପଢୁଥିବା ପ୍ରକାଶ କରିଛନ୍ତିା

୧୯୫୩ମସିହାରୁ ଆରମ୍ଭ ହୋଇଥିବା ଏହି ବିଦ୍ୟାଳୟ ଗତ ଦୁଇ ବର୍ଷ ହେଲା ଅଷ୍ଟମ ଶ୍ରେଣୀର ପାଠ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଶିକ୍ଷକଙ୍କ ସଂଖ୍ୟା ମଧ୍ୟ କମ୍‌ ରହିଛି। ୨୩୮ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ୪ଜଣ ଶିକ୍ଷକ-ଶିକ୍ଷୟତ୍ରୀ ରହିଥିବା ବେଳେ ନିୟମିତ ପ୍ରଧାନଶିକ୍ଷକ ନଥିବା କାରଣରୁ ଇନଚାର୍ଜ ପ୍ରଧାନଶିକ୍ଷକ ଭାବେ ବିପିନ୍‌ ବିହାରୀ ସ୍ୱାଇଁ ସ୍କୁଲର ପ୍ରଧାନଶିକ୍ଷକ ଦାୟିତ୍ୱ ସମେତ ହଷ୍ଟେଲ ପରିଚାଳନା କରୁଛନ୍ତି।

ସମସ୍ତ ଛାତ୍ରଛାତ୍ରୀ ତଳେ ବସି ପାଠ ପଢୁଥିବା ବେଳେ ଚ୍ୟାୟାର ଟେବୁଲ୍‌ର ବ୍ୟବସ୍ଥା ମଧ୍ୟ କରାଯାଇନାହିଁ। ରାଜ୍ୟସରକାର ଆଦିବାସୀ ଛାତ୍ରଛାତ୍ରୀଙ୍କ ସକାଶେ ସବୁପ୍ରକାର ବ୍ୟବସ୍ଥା କରାଯାଉଥିବା ସଫେଇ ଦେଉଥିବା ବେଳେ ଏହି ବିଦ୍ୟାଳୟର ୨ଶହରୁ ଉର୍ଦ୍ଧ୍ୱ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ସକାଶେ ସେପରି ସୁବନ୍ଦୋବସ୍ତ ହୋଇନଥିବା ଦେଖାଦେଇଛିା ବିଦ୍ୟାଳୟରେ ପାଚେରୀ ନଥିବା କାରଣରୁ ସ୍କୁଲ ଭିତରେ ଆସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମିଥାଏ। ଏପରିକି ବାରମ୍ବାର ସଫାସୁତୁରା କରାଯିବା ପରେ ମଧ୍ୟ ନିତିଦିନ ବ୍ୟବହାର ହୋଇଥିବା ମଦବୋତଲ ଗୁଡିକ ବାହାରୁଥିବା ପ୍ରକାଶ କରିଛନ୍ତିା ପାଚେରୀ ନଥିବା କାରଣରୁ ସ୍କୁଲ ସମୟରେ ଗାଇ ମଇଁସି ଓ କୁକୁରର ଦୌରାତ୍ମ୍ୟ ମଧ୍ୟ ରହିଥାଏା

ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ଏହି ବିଦ୍ୟାଳୟରେ ଶହେ ଜଣ ଛାତ୍ରୀଙ୍କ ସକାଶେ ବାଳିକା ହଷ୍ଟେଲ ଟିଏ ମଧ୍ୟ ରହିଛି କିନ୍ତୁ ହଷ୍ଟେଲ୍‌ରେ ଛାତ୍ରୀଙ୍କ ସକାଶେ ହୋଇଥିବା ବେଳେ ଶୌଚାଳୟ ସେଫଟିକ୍‌ ସଟପିଟ୍‌ ଟ୍ୟାଙ୍କ ନଥିବା କାରଣରୁ ମଳ ଟାଙ୍କିଟି ଭର୍ତ୍ତି ହୋଇରହିଛି। ଯାହା ଫଳରେ ଛାତ୍ରୀମାନେ ଶୌଚାଳୟ ମଧ୍ୟ ଯିବା ପାଇଁ ଅସୁବିଧାର ସମ୍ମୁଖିନ ହେଉଥିବା ପ୍ରକାଶ କରିଛନ୍ତିା

ଛାତ୍ରଛାତ୍ରୀଙ୍କ ସକାଶେ ପୁରୁଣା ଦୋଦରା କୋଠରୀରେ ରୋଷେଇ କରାଯାଉଥିବା ବେଳେ ବସି କି ଖାଇବା ସକାସେ ଡାଇନିଂ ହଲ୍‌ ଟିଏ ମଧ୍ୟ ନଥିବାରୁ ବାରଣ୍ଡା ସହ ବାହାରେ ବସିକି ଖାଉଛନ୍ତି ଛାତ୍ରଛାତ୍ରୀା ଦୁର୍ଗମ ଅଞ୍ଚଳ ହୋଇଥିବା କାରଣରୁ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଦେଖାଦେଇଥାଏ କିନ୍ତୁ ବିଦ୍ୟୁତ ଯିବା ପରେ ଅନ୍ୟ କିଛି ବିକଳ୍ପ ନଥିବା କାରଣରୁ ଅନ୍ଧାରରେ ଅଧିକାଂଶ ସମୟ ରହୁଥିବା ଛାତ୍ରଛାତ୍ରୀ ପ୍ରକାଶ କରିଛନ୍ତିା ବିଦ୍ୟାଳୟର ସମସ୍ତ ଅସୁବିଧା ସଂମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିଗୋଚର କରାଯାଇଥିଲେ ମଧ୍ୟ ବର୍ତ୍ତର୍ମାନ ସୁଦ୍ଧା କିଛି ବ୍ୟବସ୍ଥା କରାଯାଉନଥିବା ପରିଚାଳନା କମିଟି ସଦସ୍ୟମାନେ ପ୍ରକାଶ କରିଛନ୍ତିା ଶିକ୍ଷା ବ୍ୟବସ୍ଥା ପାଇଁ ଜିଲ୍ଲା ଡିଏମ୍‌ଏଫ ଫଣ୍ଡ ଠାରୁ ଆରମ୍ଭକରି ଓଏମସି ଜରିଆରେ କୋଟି କୋଟି ଟଙ୍କା ବ୍ଲକକୁ ଅନୁଦାନ ଦିଆଯାଉଥିବା କୁହାଯାଉଥିବା ବେଳେ ଏସବୁ ଟଙ୍କା ଏପରି ଅସୁବିଧା ଦେଇ ଗତି କରୁଥିବା ବିଦ୍ୟାଳୟ ମାନଙ୍କରେ କାହିଁକି ଖର୍ଚ୍ଚ କରାଯାଉନାହିଁ ବୋଲି ସାଧାରଣରେ ଅନେକ ପ୍ରଶ୍ନବାଚି ସୃଷ୍ଠି ହୋଇଛିା ତୁରନ୍ତ ଏହି ସ୍କୁଲରେ ଲାଗିରହିଥିବା ସମସ୍ୟା ପ୍ରତି ଦୃଷ୍ଠିଦେବାକୁ ଦାବି ହୋଇଛିା

ସମ୍ବନ୍ଧିତ ଖବର