ସିପିଆଇ(ଏମଏଲ) ଲିବରେସନର ଶୋଭାଯାତ୍ରା

ନାରାୟଣପାଟଣା: ନାରାୟଣପାଟଣାରେ ସିପିଆଇ (ଏମଏଲ) ଲିବରେସନ ପକ୍ଷରୁ ଶୋଭାଯାତ୍ରା ସହ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ୧୫ଦଫା ଦାବି ନେଇ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ବ୍ଲକ ସଂପାଦକ ରମେଶ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଶୋଭାଯାତ୍ରା ଜଗନ୍ନାଥ ମନ୍ଦିରରୁ ବାହାରି ମୁଖ୍ୟ ରାସ୍ତା ଦେଇ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ଶୋଭାଯାତ୍ରା ବେଳେ ଦଳୀୟ ନେତା ଏବଂ ସମର୍ଥକ ହାତରେ ବ୍ୟାନର ଏବଂ ପ୍ଲାକାର୍ଡ ଧରି ଦାବି ପୂରଣ ପାଇଁ ସ୍ଲୋଗାନ ଦେଇଥିଲେ। ଏହି ରାଲିରେ ନାରାୟଣପାଟଣା ସମେତ ଆଖପାଖ ଅଞ୍ଚଳର ଲୋକେ ଯୋଗ ଦେବାକୁ ଥିବା ବେଳେ ତେନ୍ତୁଳିପଦର, ପୋଡାପଦର ଏବଂ ବୋରିଗି ଅଞ୍ଚଳରୁ ଆସୁଥିବା ସମର୍ଥକଙ୍କୁ ବିଏସଏଫ ଅଧା ରାସ୍ତାରେ ଅଟକାଇ ଶୋଭା ସ୍ଥଳକୁ ଯିବାକୁ ଅନୁମତି ନଦେବାରୁ ଯବାନଙ୍କ ଏଭଳି ମନମୁଖୀ କାର୍ଯ୍ୟକୁ ନିନ୍ଦା କରାଯାଇଥିଲା। ଏହି ଶୋଭାଯାତ୍ରାରେ କୋରାପୁଟ, ଜୟପୁର, ଭୁବନେଶ୍ୱର, ରାଉରକେଲା ଏବଂ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳର ଦଳୀୟ ନେତା ଯୋଗ ଦେଇଥିବା ବେଳେ ପ୍ରାୟ ୫ଶହରୁ ଊର୍ଧ୍ୱ ସମର୍ଥକ ସାମିଲ ଥିଲେ।

ସମ୍ବନ୍ଧିତ ଖବର