ପୁଇଁତଲା ବିଡିଓ ସରୋଜ ମିଶ୍ରଙ୍କୁ ବ୍ଲକ ଉପାଧ୍ୟକ୍ଷ ଅପହରଣ କରିିଥିଲେ: ବଲାଙ୍ଗୀର ଏସ୍‌ପି

ବଲାଙ୍ଗୀର: ପୁଇଁତଲା ବିଡିଓ ସରୋଜ ମିଶ୍ରଙ୍କୁ ଶୁକ୍ରବାର ଅପରାହ୍ଣରେ ବ୍ଲକ ଉପାଧ୍ୟକ୍ଷ ତଥା କଂଗ୍ରେସ ନେତା ରଘୁନାଥ ଗୁରାଣ୍ଡି ଅପହରଣ କରିଥିଲେ ବୋଲି ବଲାଙ୍ଗୀର ଏସ୍‌ପି କେ ଶିବା ସୁବ୍ରମଣି ସୂଚନା ଦେଇଛନ୍ତି। ଅପହରଣ ପରେ ବିଡିଓଙ୍କୁ ସନ୍ଧ୍ୟାରେ ଉଦ୍ଧାର କରାଯାଇଛି। ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ସରୋଜ ମିଶ୍ରଙ୍କ ସ୍ୱାସ୍ଥ୍ୟ ସ୍ଥିର ଅଛି। ମୁଖ୍ୟ ଅଭିଯୁକ୍ତଙ୍କ ସମେତ ସହଯୋଗୀ ମାନେ ଖୁବ ଶୀଘ୍ର ଗିରଫ ହେବେ ବୋଲି ପୁଲିସ ଅଧିକ୍ଷକ କହିଛନ୍ତି। ସେ କହିଛନ୍ତି ବିଡିଓଙ୍କୁ ଅପହରଣ ସଂପର୍କରେ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଟିମ୍‌ ଛାନଭିନ୍‌ କରିଥିଲା। ଏକ ନିଦ୍ଧିଷ୍ଟ ସ୍ଥାନରେ ଚଢ଼ାଉ କରି ବିଡିଓଙ୍କୁ ଉଦ୍ଧାର କରାଯାଇଛି। କଂଗ୍ରେସ ଗୁରାଣ୍ଡିଙ୍କୁ ଦଳରୁ ବହିଷ୍କାର କରିଛି।

ସୂଚନା ଅନୁସାରେ ଆଜି ଅପରାହ୍ଣ ୪ଟାରୁ ୪.୩୦ ମିନିଟ୍ ମଧ୍ୟରେ ଏହି ଘଟଣା ଘଟିଛି। ବଲାଙ୍ଗୀର ଉପକଣ୍ଠ ପୁଇଁତଲାର ବିଡିଓ ସରୋଜ କୁମାର ମିଶ୍ରଙ୍କୁ ଅଫିସରୁ ଅପହରଣ କରାଯାଇଛି। ପ୍ରକାଶ ଯେ ବିଡିଓ ତାଙ୍କ ଅଫିସରେ ବସି ଥିବା ବେଳେ ଏକ ଗାଡ଼ିରେ ୧୦ରୁ ୧୨ ଜଣ ଯୁବକ ଆସିଥିଲେ। ସେ ମଧ୍ୟରୁ ୫ ଜଣ ବିଡିଓଙ୍କ ଅଫିସ ଚାମ୍ବରକୁ  ଆସିଥିଲେ। ଏହାପରେ ବିଡିଓଙ୍କ ମୁହଁ ବନ୍ଦ କରି ସେମାନେ ଗାଡ଼ି ଭିତରକୁ ଜବରଦସ୍ତ ନେଇ ଯାଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ।

ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଛାନଭିନ୍‌ ଆରମ୍ଭ ହୋଇ ଯାଇଛି। ଅଫିସରେ ଲାଗିଥିବା ସିସିଟିଭି କ୍ୟାମେରାରେ ଅପହରଣ ଘଟଣା କଏଦ ହୋଇଛି ଓ ପୁଲିସ ଏହାକୁ ପରୀକ୍ଷା କରୁଛି। ଏଥିସହ ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ଅପହରଣ ଲାଗି ବ୍ୟବହାର .ହୋଇଥିବା ଗାଡ଼ିର ନମ୍ବର ସଂଗ୍ରହ କରି ତଦନ୍ତ ଜାରି ରଖିଛି ପୁଲିସ୍।

ତେବେ ସୂଚନା ଅନୁସାରେ କାହାରି ସହିତ ବିଡ଼ିଓଙ୍କର ତାଙ୍କର କୌଣସି ମତଭେଦ ନଥିଲେ । ଆଉ ଏକ ବଡ଼ କଥା ହେଲା ମାତ୍ର ୨୦୦ ମିଟର ଦୂରରେ ପୁଇଁତଳା ଥାନା ରହିଥିଲେ ହେଁ ଅଭିଯୋଗ ପରେ ପୋଲିସ ତୁରନ୍ତ ଘଟଣାସ୍ଥଳକୁ ଆସିନଥିଲା ବୋଲି ମଧ୍ୟ ଅଭିଯୋଗ ହୋଇଛି ।

ସମ୍ବନ୍ଧିତ ଖବର