ଅଧ୍ୟାପକ ବନିଥିଲେ ବୋମାପ୍ରସ୍ତୁତକାରୀ : ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ନିଜେ ହିଁ ବୋମା ତିଆରି କରିଥିଲେ

ବଲାଙ୍ଗୀର: ଖୋଲିଲା ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ଗୁମର। ଏହି ଘଟଣାର ମାଷ୍ଟରମାଇଣ୍ଡ ଅଧ୍ୟାପକ ପୁଞ୍ଜିଲାଲ ମେହେର ନିଜେ ବୋମା ତିଆରି କରି ରାୟପୁରରୁ ପାଟଣାଗଡ ପାର୍ସଲ କରିଥିଲେ । ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ପୁଲିସ ଗିରଫ କରିଥିବା ନେଇ ଡିଜିପି ଆର ପି ଶର୍ମା ସ୍ପଷ୍ଟ କରିଛନ୍ତି । ଏହି ମାମଲାରେ ଅଟକ ଚନ୍ଦ୍ରମଣି ମେହେର, ଦିଲ୍ଲୀପ ଦାସ, ସୁଶାନ୍ତ ସେଠ୍‌,ଶିବପ୍ରସାଦ ସା, ଉମେଶ ମଟାରୀ ଓ ବୈଭସୂତ ବିନ୍ଧାଣୀଙ୍କୁ କ୍ରାଇମବ୍ରାଞ୍ଚ ଛାଡିଦେଇଛି । ଡିଜିପି ି ଶର୍ମା ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି।

ବୃତ୍ତିଗତ ଶତ୍ରୁତା କାରଣରୁ ପୁଞ୍ଜିଲାଲ ଏପରି ଷଡଯନ୍ତ୍ର ରଚିଥିବା ଡିଜିପି କହିଛନ୍ତି । ମୃତ ସୌମ୍ୟଶେଖରଙ୍କ ମାଆ ଭଇଁସା କଲେଜର ଅଧ୍ୟକ୍ଷ ଅଛନ୍ତି । ପୁଲିସର କହିବା ଅନୁସାରେ ସେହି କଲେଜକୁ ସୌମ୍ୟଶେଖରଙ୍କ ମାଆ, ଅଧ୍ୟକ୍ଷା ହୋଇ ଆସିବା ପରେ, ପୂର୍ବରୁ ଅଧ୍ୟକ୍ଷ ଥିବା ପୁଞ୍ଜିଲାଲ୍‌ଙ୍କ ସହ ବିବାଦ ଦେଖାଦେଇଥିଲା । ଏହି ବିବାଦ ଶେଷରେ ଏପରି ଭୟଙ୍କର ରୂପ ନେଇଥିଲା। ଅଧ୍ୟାପକଙ୍କ ଘରୁ ପୁଲିସ ଅଧ ବ୍ୟାଗ୍‌ ବାରୁଦ ଜବତ ପରେ ପୁଞ୍ଚିଲାଲଙ୍କୁ ନେଇ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ।

ସୂଚନାଯାଗ୍ୟ, ଗତ ଫେବ୍ରୁଆରି ମାସ ୨୩ ତାରିଖରେ ଅଧାପକ ରବୀନ୍ଦ୍ର ସାହୁ ଓ ଭଇଁଷା ମହାବିଦ୍ୟାଳୟର ଅଧ୍ୟକ୍ଷା ସଞ୍ଜୁୁକ୍ତା ସାହୁଙ୍କ ପୁଅ ସୌମ୍ୟଶେଖରଙ୍କ ବିବାହର ୫ ଦିନ ପରେ ଘରକୁ ଏକ ପାର୍ସଲ ଆସିଥିଲା। ଏହି ଗିଫ୍‌ଟ ପାର୍ସଲକୁ ଖୋଲିଲା ବେଳେ ଏହା ବିସ୍ଫୋରଣ ଘଟି ସୌମ୍ୟଶେଖର ଓ ତାଙ୍କ ଜେଜେ ମା’ଙ୍କର ମୃତ୍ୟୁ ଘଟିଥିବା ବେଳେ ନବବଧୂ ରୀମା ଗୁରୁତର ଭାବେ ଆହତ ହୋଇଥିଲେ। ଏବେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସମ୍ବନ୍ଧିତ ଖବର