ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଅଧ୍ୟାପକ ପୁଞ୍ଜିଲାଲ ମେହେର ଗିରଫ

ଭୁବନେଶ୍ୱର: ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଓ ହତ୍ୟା ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ଭଇଁଷା କଲେଜ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରିଛିି କ୍ରାଇମବ୍ରାଞ୍ଚ।। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ। ଗତକାଲି ପୁଲିସ ମହାନିର୍ଦ୍ଦେଶକ ଡ.ଆର.ପି.ଶର୍ମା କହିଥିଲେ ଯେ ଏହି ଘଟଣାରେ ମାଷ୍ଟରମାଇଣ୍ଡ ହେଉଛନ୍ତି ଶ୍ରୀ ମେହେର। କିନ୍ତୁ ଗତକାଲି କାହାରିକୁ ଗିରଫ କରାଯାଇ ନ ଥିବା ଡ. ଶର୍ମା ସୂଚନା ଦେବା ସହିତ ଏକ ଟିମ୍‌ ରାୟପୁର ଯାଇ ଏହି ମାମଲାରେ ରାୟପୁରରୁ ଅଧିକ ତଥ୍ୟ ସଂଗ୍ରହ କରୁଛି ବୋଲି କହିଥିଲେ। ତେବେ ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ଶ୍ରୀ ମେହେରଙ୍କୁ ଗିରଫ କରାଯାଇଥିବା କୁହାଯାଇଛି। ଗତ୨୩ ତାରିଖ ଦିନ କ୍ରାଇମବ୍ରାଞ୍ଚର ଏସଆଇଟି ଶ୍ରୀ ମେହେରଙ୍କ ଘରୁ ବୋମା ଓ ବିସ୍ଫୋରକ ସାମଗ୍ରୀ ଜବତ କରିଥିିଲା।

ପାଟଣାଗଡର ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ପୁରା ପରିବାରକୁ ହତ୍ୟା କରିବାକୁ ଭଇଁଷା ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର୍‌ ଷଡଯନ୍ତ୍ର କରିଥଲେ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି। ସୂଚନାଯାଗ୍ୟ ଯେ ଗତ ଫେବ୍ରୁଆରି ମାସ ୨୩ ତାରିଖରେ ଅଧାପକ ରବୀନ୍ଦ୍ର ସାହୁ ଓ ଭଇଁଷା ମହାବିଦ୍ୟାଳୟର ଅଧ୍ୟକ୍ଷା ସଞ୍ଜୁୁକ୍ତା ସାହୁଙ୍କ ପୁଅ ସୌମ୍ୟଶେଖରଙ୍କ ବିବାହର ୫ ଦିନ ପରେ ଘରକୁ ଏକ ପାର୍ସଲ ଆସିଥିଲା। ଏହି ଗିଫ୍ଟ ପାର୍ସଲକୁ ଖୋଲିଲା ବେଳେ ଏହା ବିସ୍ଫୋରଣ ଘଟି ସୌମ୍ୟଶେଖର, ତାଙ୍କ ଜେଜେ ମା’ଙ୍କର ମୃତ୍ୟୁ ଘଟିଥିବା ବେଳେ ନବବଧୁ ରୀମା ଗୁରୁତର ଭାବେ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର