ପୁରୀ: ପଡୋଶୀ ଘରେ ଖେଳୁଥିବା ତିନିବର୍ଷର ଶିଶୁ ଦୁଷ୍କର୍ମର ଶିକାର

ପୁରୀ: ପୁରୀ ସଦରଥାନା ଖଡ଼ିପଦାରେ ଏକ ଅଭାବନୀୟ ଘଟଣା ଘଟିଛି। ତିନିବର୍ଷର ଶିଶୁ ନିଜ ପଡିଶା ଘରକୁ ଖେଳିବାକୁ ଯାଇଥିବା ସମୟରେ ଦୁଷ୍କର୍ମର ଶିକାର ହୋଇଥିଲା। ଦୁଷ୍କର୍ମକାରୀକୁ ସୋମବାର ପୁଲିସ ଗିରଫ କରିଛି। ଗିରଫ ଦୁଷ୍କର୍ମକାରୀର ନାମ ଗୋବିନ୍ଦ ବେହେରା ଓ ବୟସ ୨୫ବର୍ଷ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ତିନିବର୍ଷର ଶିଶୁ ପାଖ ଘରକୁ ଖେଳିବାକୁ ଯାଇଥିଲା। ଏହି ସମୟରେ ସେହି ଅଞ୍ଚଳରେ ରହୁଥିବା ୨୫ବର୍ଷିଅ ଗୋବିନ୍ଦ ଶିଶୁ ଉପରେ ନଜର ରଖିଥିଲା। ଯେତେବେଳେ ସେ ଦେଖିଲା ଶିଶୁଟି ପାଖରେ କେହି ନାହାନ୍ତି ତାକୁ ସେଠାରୁ ଜୋରଜବରଦସ୍ତ ଏକ ନିଛାଟିଆ ସ୍ଥାନକୁ ଉଠାଇ ନେଇଥିଲା। ସେଠାରେ ଶିଶୁଟିକୁ ଡରାଇ ଧମକାଇ ତା’ ସହିତ ଦୁଷ୍କର୍ମ କରିଥିଲା ଗୋବିନ୍ଦ। ଘରକୁ ଫେରିବା ପରେ ଶିଶୁଟି ତାର ମା’ପାଖରେ କାନ୍ଦିବାକୁ ଲାଗିଥିଲା। କ’ଣ ହୋଇଛି ବୋଲି ପରିବାର ଲୋକ ପଚାରିବାରୁ ସେ ଘଟଣା ସମ୍ପର୍କରେ କହିଥିଲା। ଏହାପରେ ପୀଡିତାଙ୍କ ପରିବାରବର୍ଗ ଶିଶୁଟିକୁ ଡାକ୍ତରଖାନା ନେଇଥିଲେ, ଶିଶୁ ସହିତ ଦୁଷ୍କର୍ମ ହୋଇଥିବା ଡାକ୍ତରସୂଚନା ଦେଇଥିଲେ।

ଏହାପରେ ପୀଡିତାର ପରିବାର ଲୋକ ଦଷ୍କର୍ମକାରୀ ବିରୋଧରେ ପୁଲିସରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ କ୍ରମେ ପୁଲିସ ଦୁଷ୍କର୍ମକାରୀ ଗୋବିନ୍ଦ ବେହେରାକୁ ଗିରଫ କରିଛି।

ସମ୍ବନ୍ଧିତ ଖବର