ପୁରୀ: ସିଂହଦ୍ୱାରରେ ଭିକ୍ଷାବୃତ୍ତି କରୁଥିବା ରୁଷୀୟ ନାଗରିକଙ୍କୁୁ ଦିଲ୍ଲୀ ପଠାଇଲା ପ୍ରଶାସନ

ପୁରୀ: ପୁରୀ ସଂହଦ୍ୱାର ସମ୍ମୁଖରେ ଭିକ୍ଷାବୃତ୍ତି କରୁଥିବା ରୁଷୀୟ ନାଗରିକ ଆନ୍ଦ୍ରେ ଗ୍ଲୋଗୋଲିଓଙ୍କୁ ଆଜି ଜିଲ୍ଲା ପର୍ଯ୍ୟଟନ ବିଭାଗ ଦିଲ୍ଲୀ ଅଭିମୁଖେ ପଠାଇ ଦେଇଛନ୍ତି। ଆନ୍ଦ୍ରେଙ୍କୁ ପୁରୁଷୋତ୍ତମ ଏକ୍‌ସପ୍ରେସ ଯୋଗେ ଦିଲ୍ଲୀ ପଠାଯାଇଛି।
ସୂଚନାଯୋଗ୍ୟ ଯେ ସିଂହଦ୍ୱାର ସମ୍ମୁଖରେ ଜଣେ ବିଦେଶୀ ଭିକ୍ଷାବୃତ୍ତି କରୁଥିବା ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ଗତ ଡିସେମ୍ବର ୧୦ ତାରିଖ ଦିନ ଜିଲ୍ଲା ପର୍ଯ୍ୟଟନ ବିଭାଗ ଆନ୍ଦ୍ରେଙ୍କୁ ଉଦ୍ଧାର କରିଥିଲା। ଜଣେ ଶରଣାର୍ଥୀଭାବେ ଆନ୍ଦ୍ରେ ଭାରତରେ ରହିବାକୁ ଚାହୁଁଥିବା ଓ ଏଥିପାଇଁ ସେ ଭାରତ ସରକାରଙ୍କ ନିକଟରେ ଅର୍ଜି ଦେଇଥିବା ଜିଲ୍ଲା ପ୍ରଶାସନ ଆଗରେ କହିଥିଲେ। ତାଙ୍କ ଶରଣାର୍ଥୀ ଆବେଦନର ଶୁଣାଣୀ ଆସନ୍ତା ୮ ତାରିଖ ଦିନ ହେବ। ଏଣୁ ତାଙ୍କୁ ଦିଲ୍ଲୀ ପଠାଇ ଦିଆଯାଇଥିିବା କୁହାଯାଉଛି।

ସମ୍ବନ୍ଧିତ ଖବର