କୋଇଲି ବୈକୁଣ୍ଠରେ ତାଲା ! ଭକ୍ତ-ଶ୍ରଦ୍ଧାଳୁ ଦର୍ଶନରୁ ବଞ୍ଚିତ

ପୁରୀ: କୋଇଲି ବୈକୁଣ୍ଠରେ ତାଲା । ଶ୍ରୀଜଗନ୍ନାଥ ମନ୍ଦିରର ଅନ୍ୟତମ ଦର୍ଶନୀୟସ୍ଥଳ କୋଇଲି ବୈକୁଣ୍ଠ ଦର୍ଶନରୁ ବଞ୍ଚିତ ହେଉଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ। ନବକଳେବର ସମୟରେ ଶ୍ରୀଜଗନ୍ନାଥଙ୍କ ନୂତନ ବିଗ୍ରହ ପ୍ରସ୍ତୁତ ହେଉଥିବା ଓ ପୁରାତନ ବିଗ୍ରହ ପୋତାଯାଉଥିବା ପବିତ୍ରସ୍ଥଳ କୋଇଲି ବୈକୁଣ୍ଠକୁ ବର୍ତ୍ତମାନ ଭକ୍ତମାନେ ପ୍ରବେଶ କରି ପାରୁନାହାନ୍ତି। ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁ ଟିକଟ କାଟି କୋଇଲି ବୈକୁଣ୍ଠକୁ ଯାଇ ଥାଆନ୍ତି। ଶ୍ରୀଜଗନ୍ନାଥଙ୍କର ଶ୍ମଶାନ ଭୂମି କୁହାଯାଉଥିବା ଏହି ସ୍ଥାନଟି ଏକ ପବିତ୍ର ତୀର୍ଥ ଭାବେ ପରିଗଣିତ ହୋଇଥାଏ। ପ୍ରତିବର୍ଷ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଟେଣ୍ଡର ଯୋଗେ କୋଇଲି ବୈକୁଣ୍ଠର ଦାୟିତ୍ୱ ପ୍ରଦାନ କରାଯାଇଥାଏ। ମାତ୍ର ଏ ବର୍ଷ ଟେଣ୍ଡରକୁ ନେଇ ବିବାଦ ଜାରି ରହିଥିବାରୁ ଗତ ୪/୫ ଦିନ ହେବ ତାଲା ପଡ଼ିଛି କୋଇଲି ବୈକୁଣ୍ଠରେ।

ଉଲ୍ଲେଖଯୋଗ୍ୟ କି ଏହି ଟେଣ୍ଡର ବିବାଦକୁ ନେଇ ହାଇକୋର୍ଟରେ ମଧ୍ୟ ମମଲା ଚାଲିଛି। ତେବେ ପବିତ୍ରପୀଠ କୋଇଲି ବୈକୁଣ୍ଠରେ ତାଲା ପଡ଼ିବା ନେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଖୁବ୍‌ ଶୀଘ୍ର ସମସ୍ୟାର ସମାଧାନ କରାଯାଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଲାଗି କୋଇଲି ବୈକୁଣ୍ଠ ଖୋଲଯିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର