ଦଶାହ ତୁଠରେ କମେଣ୍ଟ ମରାକୁ କେନ୍ଦ୍ରକରି ବୋମାମାଡ଼: ୮ ଗୁରୁତର, ୨ ଗୋଷ୍ଠୀର ୧୨ ଅଟକ ପରେ ରାସ୍ତାରୋକ

ପୁରୀ: ଦଶାହ ତୁଠରେ କମେଣ୍ଟ ମରାକୁ କେନ୍ଦ୍ର କରି ପୁରୀ ସହରର ବଳିଆପଣ୍ଡା ଅଞ୍ଚଳରେ ରବିବାର ସନ୍ଧ୍ୟାରେ ବୋମାମାଡ଼ ହୋଇଛି। ମିଳିଥିବା ସୂଚନା ଅନୁସାରେ ମଙ୍ଗଳାସାହିରେ ହୋଇଥିବା ଏହି ବୋମାମାଡ଼ରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଅନୁସାରେ ଗଣେଶ ବିଶ୍ୱାଳ, ତାଙ୍କ ଭଉଣୀ ଗୀତାଞ୍ଜଳି ବିଶ୍ୱାଳ, ବାପା ଗଦାଧର ବିଶ୍ୱାଳ, ମନୋଜ ମଣ୍ଡଳ, ବାପି ଦାସ, ତାଙ୍କ ଭଉଣୀ ସାବିତ୍ରୀ ଦାସ, ପିଣ୍ଟୁ ମଣ୍ଡଳ ଓ ରାମ ଦାସ ଆହତ ହୋଇଛନ୍ତି। ଏମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୁଲିସ କହିଛି, ବାଲିସାହିସ୍ଥିତ ଶ୍ୱେତଗଙ୍ଗା ତୁଠକୁ ଆଜି ସକାଳୁ ଗୋଟିଏ ଗୋଷ୍ଠୀର ଲୋକେ ଦଶାହ କ୍ରିୟା ପାଇଁ ଯାଇଥିଲେ। ଏଥିରେ କିଛି ଯୁବତୀ ମଧ୍ୟ ଥିଲେ। ଯୁବତୀଙ୍କୁ ଦେଖି ଅନ୍ୟ ଗୋଷ୍ଠୀର ଯୁବକମାନେ କମେଣ୍ଟ କରିଥିଲେ। ଫଳରେ ବିରୋଧ ହୋଇଥିଲା। ସକାଳର ପ୍ରତିଶୋଧ ସନ୍ଧ୍ୟାରେ ନିଆଯାଇଥିଲା। ଗୋଟିଏ ଗୋଷ୍ଠୀର ଲୋକେ ଅନ୍ୟ ଗୋଷ୍ଠୀ ଉପରେ ବୋମାମାଡ଼ କରିଥିଲେ। ଫଳରେ ୮ ଜଣ ଲୋକ ଆହତ ହୋଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ସ୍ଥାନୀୟ ଅଞ୍ଚଳରେ ରାସ୍ତାରୋକ ହୋଇଥିବା ବେଳେ ବୋମାମାଡ଼ ସହିତ ସଂପୃକ୍ତ ଲୋକେ ଫେରାର ଅଛନ୍ତି।

ସମ୍ବନ୍ଧିତ ଖବର